ପ୍ରିୟ ପକ୍ଷୀ
ଦୂର ଆକାଶରୁ ଆସି
ବସି ଯାଅ ମୋ ଡାଳର ହାଡ଼ର ଗହଳେ
ଚଞ୍ଚୁ ମାଜି ଗଜଦନ୍ତ କୋଟିକମେ
ବସନ୍ତକୁ ସାଇତି ଦିଅ
ଅତି ସରାଗରେ /
ପକ୍ଷ ମେଲି ରଙ୍ଗ ମାଖ ଶେଷ ଗୋଧୂଳିରେ/
ଯାଉ ଯାଉ ଫେରି ଦେଖ
କେମିତି ଦିଶୁଚି ଫଗୁଣ
ହାଡର ଗହଳେ/
କେମିତି ଜାଣିବ ତୁମେ
ହାଡ଼େ ଯେବେ ରକ୍ତ ଧାଏନ,
ମଲୟ କେମିତି ବାସେ
ପୋଡା ହାଡ ଗନ୍ଧେ/