Powered By Blogger

Sunday, May 28, 2017

ସାହିତ୍ୟପତ୍ରରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟକଂ ଏକ ପ୍ରବଂଧ "ଉପେନ୍ଦ୍ରକଂ ଦୃଷ୍ଟିରେ କାବ୍ୟଦୋଷ"ରେ  ଗୁପ୍ତଦୋଷର ଉଲ୍ଲେଖ ଅଛି ଯାହା ଆଜିର କବିକଂ ନିମିତ୍ତ ମଧ୍ୟ ପ୍ରଯୁଯ୍ୟ.''ଉପେନ୍ଦ୍ରକଂ ମତରେ କୌଣସି ବ୍ୟକ୍ତିକୁ ଏକ ଉକ୍ତୃଷ୍ଟ ବସ୍ତୁ ସହ ସମାନ ବୋଲି କହି ପରେ ତାହାକୁ ଅନ୍ୟ ଏକ ନିକୃଷ୍ଟ ବସ୍ତୁ ସହ ତୁଳନା କଲେ ଏ ଦୋଷ ହୋଇଥାଏ.--ଭାବ ପ୍ରବଣ ଚିତ୍ତରେ ବିଷୟବସ୍ତୁ ପ୍ରତି ଦୃଷ୍ଟି ରଖି କାବ୍ୟ ରଚନା କରି ଚାଲିଲାବେଳେ କବିର ଅଗ୍ୟାଂତସାରରେ ଏ ପ୍ରକାର କେତକ ବର୍ଣନା କାବ୍ୟ ମଧ୍ୟକୁ ଆସିଯାଇଥାଏ.କିନ୍ତୁ ପ୍ରତିଭାବାନ କବି କାବ୍ୟକୁ ସର୍ବାଂଗ ସୁନ୍ଦର କରିବା ନିମିତ୍ତ୍ ଏଥି ପ୍ରତି ବିଶେଷ ଦୃଷ୍ଟି ଦେବା ବିଧେୟ.''

       ସାହିତ୍ୟପତ୍ର-2016-17,ପୃଷ୍ଠା-62

Saturday, May 27, 2017




ରେଭେନସା ବିଶ୍ବବିଦ୍ୟାଳୟ,ଓଡିଆ ବିଭାଗ ତରଫରୁ ପ୍ରଫ୍ରେସର ଗୌରାଗଂ ଚରଣ ଦାଶଂକ ସଂପାଦନାରେ ସାହିତ୍ୟ ପତ୍ରର ସମାଲୋଚନା ବିଶେଷାଂକ ପ୍ରକାଶିତ ହୋଇଛି ଯାହା ଓଡିଆ ସମାଲୋଚନାର ଦିଗବାରେଣୀ ଗ୍ରଂଥ.ଏହାକୁ ନପଢି ସାହିତ୍ୟ ଆଲୋଚନା କେତେ ଭ୍ରମାମ୍ତକ ତାହା ଏହାକୁ ପଢିବା ବ୍ୟକ୍ତିହିଁ ଜାଣିପାରିବ.ବିଶ୍ବ ସାହିତ୍ୟରେ ଥିବା ସାହିତ୍ୟ ସମାଲୋଚନାର ସ୍କୁଲ ଓ ସେମାନଂକ ଧାରା ସହ ଭାରତୀୟ ସାହିତ୍ୟ ଓ ନନ୍ଦନ ତତ୍ତ୍ବ ସଂପର୍କରେ ଆଲୋଚନାମାନ ଲେଖିଛନ୍ତି-ଦେବେନ୍ଦ୍ର କୁମାର ଦାଶ,ଗୁରୁ ଚରଣ ବେହେରା,ଚିତ୍ତରଂଜନ ମିଶ୍ର,ସୁଦର୍ଶନ ଆଚାର୍ଯ୍ୟ,ଅନନ୍ତ ଚରଣ ଶୁକ୍ଲ,କୃଷ୍ନ ଚନ୍ଦ୍ର ପ୍ରଧାନ,ଖୀରୋଦ ଚନ୍ଦ୍ର ଦାଶ୍,ଦୀପ୍ତି ରଂଜନ ପଟ୍ଟନାୟକ,ଦାଶରଥି ଦାସ,ବିଜୟ କୁମାର ନନ୍ଦ,ପ୍ରଦିପ୍ତ କୁମାର ପଣ୍ତା,କାହ୍ନୁଚରଣ ପାଢୀ,ସୁଧୀର ଚନ୍ଦ୍ର ବେହୁରା ଓ ଗୌରାଗଂ ଚ ରଣ ଦାଶ.ସାହିତ୍ୟର ଛାତ୍ର ଭାବରେ ମୁଁ ପ୍ରଫେସର ଦାଶକୁଂ ଏହି ମୂଲ୍ୟବାନ ପ୍ରକଲ୍ପ ନିମିତ୍ତ ଅଭିନ୍ଦନ ଜଣାଉଚି.

Thursday, May 25, 2017

ବୈଶ୍ରବଣୀ 2009ରେ ପ୍ରକାଶିତ ଓ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେହେଁ ମୁଁ ପଢିବାର ସୁଯୋଗ ପାଇନଥିଲି.ଏଣୁ ବୋଧହୁଏ ବୈଶ୍ରବଣୀ ମମତାଂକ ହାତରୁ ମୋ ପାଖକୁ ସ୍ବ ଦେହେରେ ଆସି ମୋ ଚେତନାର ପ୍ରହାରକୁ ଅପେଖ୍ୟା କରିଥିଲା ମୋ ଭିତର ପାଠକୀୟତା.ବାସ୍ତବରେ ଏହା ଏକ ଉପନ୍ୟସ ନା ଏକ ଉଛ୍ବାସ.କେଉଁ ଜଗତକୁ ନିଜ ସତ୍ତାକୁ ଉନ୍ନିତ କଲେ ଏପରି ଏକ ଅନବଦ୍ୟ ପ୍ରେମ ଗାଥାଟିଏ ନିଃସଂକୋଚରେ ଗାଇହୁଏ.ଭାରତୀୟ ବୃହତ କଥା ପରଂପରାରେ ଜଣେ ଅଣନାୟିକାକୁ ନାୟିକା କରିବା ସହ ଜଣେ ପ୍ରେମତଲ୍ଲିନା ନାରୀର ବେଦନାକୁ ବୁଝିବାକୁ ଅସମର୍ଥ ହୋଇଥିବା ମହାକବି ବାଲ୍ମିକୀକୁଂ ଅତିକ୍ରମ କରି ପ୍ରେମର କାଳଜୟୀ ଆଲେଖ୍ୟ ଆଂକିବା ଏକ ସାଧାରଣ ସାହିତ୍ୟ କର୍ମ ନୁହେଁ.ପ୍ରେମ,ପ୍ରକୃତି,ସଂସ୍କାର,ପୌରୁଷ,ସୌନ୍ଦର୍ଯ ଚର୍ଯା,ଦେବ-ଆସୁରୀୟ-ମାନବୀୟ ଗୁଣବଳୀର ଗଭୀର ଅବବୋଧହିଁ ଏପରି କ୍ଲାସିକଟିଏକୁ ନିର୍ମାଣ କରିବା ନିମିତ୍ତ ରାସ୍ତା ଦେଖାଏ.ହଜାର ହଜାର ବର୍ଷର ଭାରତୀୟ ପରମ୍ପରା ଓ ବିଶ୍ବାସକୁ ବେଖାତିର କରି ଈଶ୍ବରତ୍ବ ପ୍ରାପ୍ତି ନିମିତ୍ତ ପ୍ରେମ ତଲ୍ଲୀନା ନାରୀକୁ ଆଗ୍ରାହ୍ୟ କରିବା ପଶ୍ଚାଦରେ ରାମଂକ ମହନୀୟତ୍ତାକୁ ଗ୍ଲାନିମୟ ଭାବରେ ଚିତ୍ରିତ କରି ଭାରତୀୟ ବୃହତ ପରମ୍ପରା କିପରି ଲିଂଗ ବୌଷମ୍ୟ ଆଧାରିତ ତାହାକୁ ପ୍ରତିଷ୍ଠା କରିପାରିଛନ୍ତି ମମତାମୟୀ.ଭାରତୀୟ ନାରୀ ବିମର୍ଶରେ ଏହା ଏକ ନୂତନ ଅଧ୍ୟାୟ-କାରଣ ଭାରତୀୟ କଥା ପରମ୍ପରାର ମର୍ଯଦାବନ୍ତ ପୁରୁଷ ପୁରୁଷୋତ୍ତମ ରାମଂକ ନାରୀବିଦ୍ବେଷି ଚେତନାକୁ ପ୍ରମାଣିତ କରିଛନ୍ତି ଓଔପନ୍ୟାସିକା.ଏ ସମସ୍ତ ତତ୍ତ୍ବ ଓ ବିଚାରଧାରା ଉପନ୍ୟାସର ସୌନ୍ଦର୍ଯକୁ ସମନ୍ୟତମ ଆଘାତ ଦେଇନାହିଁ.ଉପନ୍ୟାସଟି ଏକ ଅନବଦ୍ୟ ପ୍ରେମ କାବ୍ୟ.ଗଦ୍ୟ ଏଠାରେ କବିତାମୟ.କଲ୍ପନା,ପ୍ରକୃତି ଓ ସ୍ବପ୍ନ ଉପନ୍ୟାସଟିକୁ କାବ୍ୟିକତାରେ ଭରିଦେଇଛନ୍ତି.ଜଣେ ପ୍ରେମ ତଲ୍ଲିନା କବିହିଁ ଏପରି କାଳଜୟୀ ଗଦ୍ୟ କାବ୍ୟ କ୍ଲାସିକଟିଏ ସର୍ଜନା କରିପାରେ.ଭାରତୀୟ କଥାସାହିତ୍ୟରେ ଏହି ଉପନ୍ୟାସଟି କେବେ ଚର୍ଚିତ ହେବ ତାହା ପଢିବାକୁ ଅପେଖ୍ୟା କଲି.
କିଛି ବର୍ଷ ତଳେ ନାଇପଲ ଉପନ୍ୟାସର ମୃତ୍ୟୁ ସମୟ ନାମରେ ଏକ ଆଲେଖ୍ୟ ଇଂରାଜୀ ସମ୍ବାଦ ପତ୍ରରେ ଲେଖିଥିଲେ. ଏହାର କାରଣ ଆମେରିକୀୟ-ୟୁରୋପୀୟ ଜୀବନ ଶୈଳୀ.ସେମାନଂକ ଜୀବନ ଚର୍ଯା ପ୍ରାୟତଃ ବସ୍ତୁ ଓ ଯୁକ୍ତି କୈନ୍ଦିକ.ତେଣୁ ସେଠାରେ ନାନୋ ଦର୍ଶନ ଜୀବନ ଧାରଣର ମାନଦଣ୍ତ ହୋଇଛି.ତେବେ ସମସାମୟିକ ବିଶ୍ବ ଚିତଂନରେ ପ୍ରାଚ୍ୟ ବିଦ୍ୟା ଓ ଦର୍ଶନ ଏକ ଅନତିକ୍ରମ ବୃହତ ପରମ୍ପରା ଭାବରେ ଗୃହୀତ ହେଉଛି.ନ୍ୟାରେଟିଭ ପରମ୍ପରାରେ ଏବେ ରସଦି ବିଶ୍ବରେ " ମାର୍କେଜକଂ ପରେ ରସଦି" ଅବଧାରଣା ସୃଷ୍ଟି କରି ନାନୋ ଦର୍ଶନକୁ ପ୍ରତିହତ କରିପାରିଛନ୍ତି.ଆମ ଲେଖକଗଣ ସେହି ପରମ୍ପରାର ଦାୟାଦ.ସାହିତ୍ୟ ସାଧନା ସମୟରେ ଏ ଦିଗପ୍ରତି ସଚେତନ ରହିବା ଆବଶ୍ୟକ.ଏହା କହିବା ବେଳେ ମୁଁ ପରମ୍ପରାର ପୂର୍ନବ୍ୟାଖ୍ୟାନକୁ ଅସ୍ବିକାର କରୁନାହିଁ. 

Thursday, May 18, 2017


ନାତିଖୁଦ୍ର ବୀଜଟିରେ ଲୁଚିଥାଏ ଅସରନ୍ତି ଆଶା
ମାଟିରୁ ଆକାଶକୁ ଲଟେଇ ଯିବାର ନିଶା
ଠିକ ସେଇପରି ତୁମେ
ପଲ୍ଲବିତ ହୋଇଯାଅ ଶରୀରରେ ଅସରନ୍ତି ଫୁଲ
ବିଚିଂଦିଅ ପୃଥିବୀରେ ଅସରନ୍ତି ପ୍ରୀତିର ପୁଲକ
କେତେବେଳେ ମା ପୁଣି ସଂଗେ ସଂଗେ ଝୁଅ
ମମତାର ସୁଅ ହୋଇ ପ୍ଲାବୁଥାଅ ଏ କୁଳ ସେ କୂଳ








ନାତିଖୁଦ୍ର ବୀଜଟିରେ ଲୁଚିଥାଏ ଅସରନ୍ତି ଆଶାମାଟିରୁ ଆକାଶକୁ ଲଟେଇ ଯିବାର ନିଶାଠିକ ସେଇପରି ତୁମେପଲ୍ଲବିତ ହୋଇଯାଅ ଶରୀରରେ ଅସରନ୍ତି ଫୁଲବିଚିଂଦିଅ ପୃଥିବୀରେ ଅସରନ୍ତି ପ୍ରୀତିର ପୁଲକକେତେବେଳେ ମା ପୁଣି ସଂଗେ ସଂଗେ ଝୁଅମମତାର ସୁଅ ହୋଇ ପ୍ଲାବୁଥାଅ ଏ କୁଳ ସେ କୂଳ

Thursday, May 4, 2017












ବସନ୍ତ ତରତରେ ଚାଲିଯାଏ ହରିଣ ପିଠିରେ
ସମୟବି ଝରିଯାଏ ଆଗୁଂଳି ଫାକଂରେ
ଗୋଧୁଳି ଛବି ଦିଶେ ଚିତାବାଘ ଆଖିପତା ତଳେ
ନିର୍ଜନ ଋତୁ ଏବେ ମୋହାଛନ୍ନ କରେ
ବକୁଳ ବନର ତିଳତଣ୍ତୁଳ ଛାଇ ଅଂଧାରରେ
କୋଇଲିବି ବାଦ ମାରେ ବେସୁରା ଗୀତରେ
ଯେତେ ସବୁ ମିଠା ସ୍ମୁତି ନାଚୁଥାନ୍ତି
ମନର ଅଳିଦେଂ.







ବସନ୍ତ ତରତରେ ଚାଲିଯାଏ ହରିଣ ପିଠିରେ
ସମୟବି ଝରିଯାଏ ଆଗୁଂଳି ଫାକଂରେ
ଗୋଧୁଳି ଛବି ଦିଶେ ଚିତାବାଘ ଆଖିପତା ତଳେ
ନିର୍ଜନ ଋତୁ ଏବେ ମୋହାଛନ୍ନ କରେ
ବକୁଳ ବନର ତିଳତଣ୍ତୁଳ ଛାଇ ଅଂଧାରରେ
କୋଇଲିବି ବାଦ ମାରେ ବେସୁରା ଗୀତରେ
ଯେତେ ସବୁ ମିଠା ସ୍ମୁତି ନାଚୁଥାନ୍ତି