Wednesday, December 26, 2018
Thursday, November 1, 2018
Tuesday, June 19, 2018
ଭୀମ ପୃଷ୍ଟିଙ୍କ ଉପନ୍ୟାସ ଜମ୍ବୁଲୋକ
ଭୀମ ପୃଷ୍ଟିଙ୍କ ଜମ୍ବୁଲୋକ ଉପନ୍ୟାସ ମୋତେ ବିଭୋର କରିଦେଇଛି.ନବ୍ୟଇତିହାସବୋଧକୁ ଏତେ ସଫଳ ଭାବରେ ଅବଧାରଣ କରି ସାମାଜିକ ପ୍ରସଙ୍ଗ ଭାବରେ ଉପସ୍ଥାପିତ କରିପାରିବାରେ ରହିଛି ଏକ କାଳଜୟୀ ଔପନ୍ୟାସିକ କଳା.ଏ ଉପନ୍ୟାସିଟି ଓଡ଼ିଆ ଉପନ୍ୟାସ ସାହିତ୍ୟର ନବୀନ ଅଧ୍ୟାୟ. କ୍ଷେତ୍ର ଉପନ୍ୟାସ ରଚନା କରିବାର ଅଦ୍ଵିତୀୟ କଳା ତୁମ ପାଖରେ ରହିଚି. ଏକ ସତ ଚରିତ୍ରକୁ ଆର୍କିଟାଇପାଲ ରୂପ ପ୍ରଦାନ କରି ଉପନ୍ୟାସଟିକୁ ମଧ୍ୟ ଅର୍କିଟାଇପାଲ ଉପନ୍ୟାସ ଭାବରେ ନିର୍ମାଣ କରିପାରିଛ.ଗୋଟିଏ ଜାତିର କ୍ଷେତ୍ରିକ ସଂସ୍କୃତିସହ ଜାତିର ଐତିହ ପରମ୍ପରା ଓ ବିଚାରଧାରାକୁ ସକ୍ରିୟ ଭାବରେ ପଶ୍ଚାଦଭାଗରେ ରଖି କାଲ୍ପନିକତାର ମାୟା ସୃଷ୍ଟି କରିପରିବା ଏକ ଅସାଧାରଣ ଶିଳ୍ପକର୍ମ .ତୁମର ଏହି ସଫଳତା ନିମିତ୍ତ ଅନେକ ଅନେକ ଅଭିନନ୍ଦନ ଓ ଆଗାମୀ ପ୍ପ୍ରୋଜେକଟ ନିମିତ୍ତ ଶୁଭକାମନା.ସତ କହିବାକୁ ଗଲେ ଲଜ୍ଜା ଯେଉଁଠି ଶେଷ ହୋଇଛି ଜାମ୍ବୁଲୋକ ସେଇଠୁ ଆରମ୍ଭ ହୋଇଚି.
Monday, May 21, 2018
ବର୍ଷା ସହ କାଲି ସନ୍ଧ୍ୟାରେ.
( ସୂର୍ଯ୍ୟକୁ ଉତ୍ସର୍ଗ )
ବର୍ଷା ଭିତରେ ଥାଇ ନଭିଯିବା ବଡ ଦୁଖଦ
କାଲି ସାରା ସନ୍ଧ୍ୟା ବିତିଗଲା ବର୍ଷାସହ
କାକଳୀ ସହ ବାଦ କରି ଗାଉଥିଲା ସେ ଗୀତ
ପକ୍ଷୀମାନଙ୍କୁ ଆକଟ କରି ସେ ଶୁଣାଉଥିଲା ତା ଗୀତ
ଅଥଚ ଏକ ଧାତବ ଖୋଳ ଭିତରେ ଥାଇ
ମୁଁ ଦେଖୁଥିଲି ଏ ଦୃଶ୍ୟ!
ବର୍ଷାର ଗୀତ,ନାଚ ଓ ସ୍ପର୍ଶ
ଲାଗେ ମୋତେ ଧାତବ ଧାତବ.
କାଲିର ବର୍ଷା ଲାଗୁଥିଲା କିଶୋରୀ କିଶୋରୀ,
ସ୍ବପ୍ନରେ ବିଭୋର,ପଥଭୁଲା ନୀଡଭୁଲା
ସବୁକିଛି ଭୁଲା ଭୁଲା ଗୀତାରେ,ନାଚରେ
ହାତ ପାଆନ୍ତାରେ ଥାଇ ନା ତାକୁ
ଛୁଇଁ ହେଇଥିଲା ନା ତା ନାଚରେ ନାଚିଥିଲା ମନ.
ଧାତବଖୋଳରେ ବନ୍ଦ ମୋର ତନୁ ଓ ସପନ.

Monday, April 30, 2018
Wednesday, April 25, 2018
Friday, April 6, 2018
ଗତକାଲି ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁର ରେ ଫକୀରମୋହନ ସାହିତ୍ୟ:ଲିଙ୍ଗ ଓ ସବୁଜ ଅଧ୍ୟୟନ ଓଡ଼ିଆ ସମାଲୋଚନା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ବୋଲି ବିଶ୍ଵାସ. ମୋନିକା ଦାସ, ଦଶ ବେନହୁର, ହିରଣ୍ମୟୀ ମିଶ୍ର, ବିଜୟଲକ୍ଷ୍ମୀ ଦାଶ,ରବୀନ୍ଦ୍ର କୁମାର ଦାସ, ଅମୁଲ୍ୟ କିଶୋର ପୁରୋହିତ ଓ ରୁଦ୍ର ପ୍ରସାଦ ମିଶ୍ର ପ୍ରମୁଖ ଫକୀରମୋହନକ ଲିଙ୍ଗ ଓ ସବୁଜ ସଚେତନତା ସମ୍ପର୍କରେ ଗଭୀର ବିଶ୍ଳେଷଣ କରିଥିଲେ. ଏହି ସମ୍ପାନ ଆଉଥରେ ପ୍ରମାଣିତ କଲା ଯେ ଫକୀରମୋହନ ଜଣେ ଅନନ୍ୟ ଭାରତୀୟ ଲେଖକ ଯିଏ ସମକାଳକୁ ଅତି ସଫଳ ଭାବରେ ନିଜ ସାହିତ୍ୟରେ ଅଵଧାରଣ କରିଛନ୍ତି ଯାହା ପ୍ରାଚ୍ୟ ବିଦ୍ୟା ଓ ଚିନ୍ତନକୁ ନିର୍ମାଣ କରିବାରେ ସାହାଯ୍ୟ କରିଛି. ଛାତ୍ର ଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ବିଶେଷକରି ଛାତ୍ରୀମାନଙ୍କ ପ୍ରତିକ୍ରିୟା ଏହି ସଂପାନର ଅନ୍ୟତମ ସକାରାତ୍ମକ ଦିଗ.ମହାବିଦ୍ୟାଳୟର ପଦାଧିକାରୀ,ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ ଓ ଫକୀରମୋହ ଫାଉଣ୍ଡେଶନ,ନୁଆଦିଲ୍ଲୀ କୁ ଅନେକ ଅନେକ ଅଭିନନ୍ଦନ.
Tuesday, March 6, 2018
ମିଛ ବିଶ୍ୱାସ ଓ କଳା ଶ୍ଲେଷ : କିଶୋରୀ ଗଳ୍ପ କଳା
କିଶୋରୀ ଚରଣ ଦୀର୍ଘ ଅର୍ଧ ଶତାବ୍ଦୀ କାଳ ଓଡ଼ିଆ କଥା ସାହିତ୍ୟରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ. ଭାରତ ସ୍ବାଧୀନତା ପାଇବା ଦିନ ତାଙ୍କର ବିଭାଘର ହୋଇଥିଲା. ୧୯୪୭ ଗାନ୍ଧୀ ଜୟନ୍ତୀରେ ସେ ପୁରୀରେ ଅତିରିକ୍ତ ମାଜିଷ୍ଟ୍ରେଟ ଭାବରେ ଦାଇତ୍ୱ ନିର୍ବାହ କରିଥିଲେ.ପରବର୍ତୀ ସମୟରେ ସେ ଭାରତୀୟ ପ୍ରଶାସନ ସେବାରେ ଯୋଗ ଦେଇଥିଲେ,ଏହି ଜୀବନ ବୃତ୍ତ ତାଙ୍କୁ ଜଣେ ଉତ୍ତର ଉପନିବେଶବାଦୀ କଥାକାର ଭାବରେ ପ୍ରତିଷ୍ଠା ପ୍ରଦାନ କରିଛି. ମଣିଷର ମନୋଜଗତକୁ ନେଇ ଅସରନ୍ତି ଶବ୍ଦ ଖେଳ ରଚିଥିବା ଏହି କଥାକାର ସମସାମୟିକ ବିଶ୍ୱ ସାହିତ୍ୟ ଓ ବିଶ୍ୱ ମଣିଷ ସହ ଘନିଷ୍ଟ ସମ୍ପର୍କ ସ୍ଥାପନ କରିପାରିଥିଲେ. ସେ କେବଳ ବିଶ୍ୱର ବିଭିର୍ନ ସହରରେ ଚାକିରୀ କରିନଥିଲେ,ସେହି ବୃତ୍ତିଗତ ଜୀବନର ଅନୁଭବକୁ ସାହିତ୍ୟରେ ଆକର୍ଷଣୀୟ ଢଙ୍ଗରେ ପ୍ରକାଶ କରିଥିଲେ. ଓଡ଼ିଶାର ଗ୍ରାମୀଣ ଜୀବନଠାରୁ ବିଶ୍ୱ ସମାଜ ପର୍ଯ୍ୟନ୍ତ ପରିବ୍ୟାପ୍ତ ତାଙ୍କ ଗଳ୍ପର କାନଭାସ.
ସେ ତାଙ୍କ କଥା ସାହିତ୍ୟ ସମ୍ପର୍କରେ ସବୁବେଳେ ଦୁଇଟି ପ୍ରସଙ୍ଗ ଉପସ୍ଥାପନା କରିଥାନ୍ତି: (କ) ମିଛ ବିଶ୍ୱାଶ( Bad Faith) ଓ (ଖା) କଳା ଶ୍ଲେଷ(Black humor) . ସାରତେ(Jean-Paul Sartre) ମିଛ ବିଶ୍ୱାସ କଥା କହିଛନ୍ତି ଯାହାକୁ ହାତୀ ଘୋଡାର ମିଛ ଖେଳ ଭାବରେ କିଶୋରୀ ଗ୍ରହଣ କରିଛନ୍ତି. ଏ ସମ୍ପର୍କରେ Sartre କହିଛନ୍ତି.Soul is easier to know than the body. ଆତ୍ମା ସର୍ବଦା ସତ୍ୟ ପକ୍ଷ ନେଇଥାଏ.ସବୁବେଳେ ସତ୍ୟ ପକ୍ଷ ହୋଇ ସାହିତ୍ୟ ସମ୍ଭବ ନୁହେଁ. କିଛି କଳ୍ପନା ଯୋଡିବାକୁ ହୋଇଥାଏ.ଏହି କଳ୍ପନା ଇଂଦ୍ରିୟଭୁକ୍ତ ହୋଇ ଚମତ୍କାର ଗଳ୍ପ ପରିବେଶ ନିର୍ମାଣ କରିଥାନ୍ତି.ନୀତି ଓ ଅନୀତିର ସଂଘର୍ଷକୁ ଗଳ୍ପ ରୂପ ଦିଅନ୍ତି କିଶୋରୀ ଚରଣ.
ଏହି ଭାବ ପକ୍ଷକୁ ସେ ଚେତନାପ୍ରବାହ ଶୈଳୀ ଓ ବ୍ଲାକ ହୁୟୁମର(Black humor) ଦ୍ୱାରା ପ୍ରକାଶ କରନ୍ତି. କିଶୋରୀ ଚରଣ ବ୍ଲiକ ହୁମରକୁ ଆତ୍ମାଶ୍ଲାଘୀ ଶ୍ଲେଷ ଭାବରେ ଗ୍ରହଣ କରିଛନ୍ତି ଯେଉଁଠି ଲେଖକ ବା ନାୟକ ନିଜକୁ ଲାଂଛିତ କରିଥାଏ.ଏହା ଏକ କଷ୍ଟ ସାଧ୍ୟ କଲା କାରିଗରୀ ଯାହାକୁ କେବଳ କିଶୋରୀଙ୍କ ଗଳ୍ପରେ ପ୍ରତକ୍ଷ୍ୟ କରିହୁଏ.
ଏହା ବ୍ୟତୀତ ଗୀତିମୟତା କିଶୋରୀଙ୍କ ଗଳ୍ପ କଳାର ଅନନ୍ୟ ବିଶେଷତ୍ୱ. ଗଦ୍ୟକୁ କବିତାଅଧର୍ମୀ କରିବାରେ ଯେଉଁ କେତେଜଣ ଓଡ଼ିଆ କଥାଶିଳ୍ପୀ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ କିଶୋରୀ ଚରଣ ଅନ୍ୟତମ.
କିଶୋରୀ ଚରଣ ଏକମାତ୍ର ଓଡ଼ିଆ କଥାଶିଳ୍ପୀ ଯେ କ୍ଷୂଦ୍ର ଗଳ୍ପକୁ ମହାକାବ୍ୟିକ ଢାଂଚାରେ ଲେଖିବାରେ ଅନ୍ୟ ସଫଳତା ହାସଲ କରିଛନ୍ତି.

Subscribe to:
Posts (Atom)