Saturday, December 30, 2017
Tuesday, October 31, 2017
ଏକଦା ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ସମ୍ପର୍କରେ ଶ୍ରେଣୀ ଗୃହରେ ପଢ଼ାଇବା ନିମିତ୍ତ ପାଠ ସଂଗ୍ରହ ବେଳେ ଯଥେଷ୍ଟ ତଥ୍ୟ ମୋର ହସ୍ତଗତ ହୋଇପାରିନଥିଲା. ଏପରିକି ଡ଼କ୍ଟର ପାଣିଗ୍ରାହୀଙ୍କୁ ପଚାରିବାରେ ସେ ତାଙ୍କ ୱେବସାଇଟକୁ ଯିବା ପାଇଁ କହିଥିଲେ.ତାହା ମଧ୍ୟ ମୋତେ ସନ୍ତୁଷ୍ଟି ଦେଇନଥିଲା.ଏବେ ଟିକିଲି ବାବୁ ସମ୍ପାଦିତ 'ପ୍ରଜନମ' ପତ୍ରିକାଟି ମୋର ହସ୍ତଗତ ହୋଇଛି,ସେଥିରେ ମହା ନାଟକର ମହାନାୟକ ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ପ୍ରଚ୍ଛଦ ନାୟକ କରାଯାଇ ତାଙ୍କ ସମ୍ପର୍କରେ ବିସ୍ତୁତ ତଥ୍ୟ ଉପସ୍ଥାପିତ କରାଯାଇଛି.ଏହା ତାଙ୍କ ପ୍ରିୟ ପାଠକ,ପ୍ରଶଂସକ,ଗବେଷକ ଛାତ୍ର ଓ ଅଧ୍ୟାପକ ମାନକ ନିମିତ୍ତ ଏକାନ୍ତ ଉପାଦେୟ.ସମ୍ପାଦକ ଶ୍ରଧେୟ ଟିକିଲି ବାବୁଙ୍କୁ ଅନୁରୋଧ କରିବି ଏ ଚେଷ୍ଟା ଅବ୍ୟାହତ ରହୁ.ଆମ ସମୟର ସକ୍ରିୟ ପ୍ରଥିତ ୟଶା ଲେଖକଙ୍କ ଅନାଲୋଚିତ ଦିଗ ଓ ତଥ୍ୟକୁ ପାଠକ ନିକଟରେ ପହଂଚାଇବାରେ କୁଣ୍ଠା ନକରନ୍ତୁ.ତାଙ୍କ ଟିମକୁ ଅଭିନନ୍ଦନ ଓ ଅନେକ ଶୁଭ କାମନା.ଓଡ଼ିଆ ସାହିତ୍ୟର ଖ୍ୟାତିନାମା ଲେଖଙ୍କ ଗଳ୍ପ,କବିତା ଓ ମାତାମତରେ ପତ୍ରିକାଟି ହୋଇଛି ଆକର୍ଷଣୀୟ.
Sunday, October 29, 2017
Sunday, October 22, 2017
ଲେଖକଙ୍କୁ ଇଶ୍ଵର କହିବା ପ୍ରାଚ୍ୟ ସାହିତ୍ୟ ତତ୍ତ୍ୱର ଏକ ଗୁରୁତ୍ୱପୂର୍ଣ ଦିଗ. ଲେଖକର ନିଜସ୍ଵ ପୃଥିବୀଟି ଥାଏ.ସେଥିରୁ ସେ ଆଉ ଗୋଟିଏ ପୃଥିବୀ ସୃଜି ସେ ତା ପାଠକ ପାଖରେ ଥୁଏ.ଏହି ପୃଥିବୀ ଶବ୍ଦ ମାଧ୍ୟମରେ ନିର୍ମିତ ହୁଏ.ଯଦି ଶବ୍ଦ ଓ ଅର୍ଥ ମଧ୍ୟରେ ପାଠକ ସାମଞ୍ଜସ୍ୟ ନପାଏ ପାଠକ ପାଇଁ ସେ ପୃଥିବୀ ଅବୋଧ୍ୟ ହୋଇଯାଏ.ସଚରାଚର ତାହାହିଁ ଘଟେ.ଲେଖକ ତାର ଚରିତ୍ର ଓ ଘଟଣା ମାନଙ୍କୁ ଯେଉଁ ଶବ୍ଦର ପୋଷାକ ପିନ୍ଧାଇ ଥାଏ ତାହାକୁ ବୁଝିବାକୁ ପାଠକ ଅସମର୍ଥ ହୋଇଥାଏ.ତାହାର କାରଣ ଶବ୍ଦ ଓ ତାହାର ଅର୍ଥ ପ୍ରତିପାଦକ ଶକ୍ତି ଅବବୋଧର ଦୂରତ୍ବ.ବିଶିଷ୍ଟ କଥାକାର ମନୋଜ ପଣ୍ଡା ଏବେ ଏକ ପୁସ୍ତକ ଲେଖିଛନ୍ତି-'ଶବଦ ଶସ୍ୟ'-ସେଥିରେ ସେ ନିଜ ସାହିତ୍ୟରେ ବ୍ୟବହାର କରୁଥିବା ଶବ୍ଦ ଗୁଡିକର ବ୍ୟାପକତାକୁ ବ୍ୟାଖାନା କରିଛନ୍ତି.ପ୍ରତେକ ଶବ୍ଦର ଐତିହ୍ୟ ଅଛି.ଶବ୍ଦ ଓ ଭାଷାହିଁ ଗୋଟିଏ ଜାତିର ପ୍ରାଚୀନତା ଓ ଐତିହ୍ୟକୁ ଵ୍ୟାଖ୍ୟାନ କରିଥାଏ.ଶବ୍ଦଗୁଡିକୁ ଭାଙ୍ଗି ସେମାନଙ୍କ ସ୍ୱରୂପ ଓ ବ୍ୟାପକତାକୁ ଚିନ୍ହି ସମାଜ ବ୍ୟବସ୍ଥା ସହ ତାକୁ ଯୋଡିବା ଉତ୍ତର ଆଧୁନିକତାର ପ୍ରମୁଖ ଗୁଣ.ଦୁଇଦିନ ତଳେ କବି ବିପିନ ନାୟକ ଚୁଲି ନାମରେ ଏକ ମାରାତ୍ମକ କବିତା ଫଂସବୂକରେ ପୋଷ୍ଟ କରିଛନ୍ତି,ଯେଉଁଠି ଶବ୍ଦମାନଙ୍କ ଅର୍ଥ ପ୍ରସାରୀ କ୍ଷମତାକୁ ସେ ଚ୍ୟାଲେଞ୍ଜ କରିଛନ୍ତି.ଉତ୍ତର ଆଧୁନିକତାର ପ୍ରମୁଖ ଦାର୍ଶନିକ ଲିୟତାଡ଼ ଏହାକୁ ଭାଷା ଖେଳ ଭାବରେ ନାମିତ କରିଛନ୍ତି.ଆମର ଶବ୍ଦମାନେ ଆମ ଅବବୋଧକୁ କେତେ ସଫଳ ଭାବରେ ଅଵଧାରଣ କରିପାରନ୍ତି ଓ ତାହା ଅନ୍ୟ ନିକଟକୁ ଅନୁରୂପ ଭାବରେ ପହଞ୍ଚାଏ ପାରନ୍ତି,ତାହାକୁ ପରୀକ୍ଷା କରିବା ହେଉଛି ଏହି ଭାଷା ଖେଳ.ଉତ୍ତର ଆଧୁନିକର ଏହି ଦର୍ଶନକୁ ମନୋଜ ବାବୁ ଓଡ଼ିଆ ସାହିତ୍ୟକୁ ଆଣିଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି.
Friday, October 20, 2017
ଭାଇ ! ପଶ୍ଚିମା ପୂଜା ସଂଖ୍ୟାରୁ ' ନଜ/ନଜ/ ନଚିକେତା ' ପଢ଼ିଲି. ଆପଣଙ୍କ ବେଲାଲାସେନ ଉପନ୍ୟାସର ଏହା ପରିବଢ଼ିଷ୍ଣୁ ଅଂଶ ପରି ମନେହେଲା.ଏହି ଉପନ୍ୟାସରେ ଆପଣଙ୍କ ଅନ୍ତର୍ଦୃଷ୍ଟି ଓ ଉପସ୍ଥାପନା କୌଶଳ ଅଧିକ ଶାଣିତ.ଛାତ୍ର ଆନ୍ଦୋଳନ ଗଣ ଜୀବନକୁ କିପରି ପ୍ରଭାବିତ କରେ ତାହା ଓଡ଼ିଆ କଥାସାହିତ୍ୟରେ ପ୍ରାୟତ ନାହିଁ,ୟହ ଅଛି କଳ୍ପନା ମାତ୍ର.ଅଶୋକ ମାନମୁ ଚରିତ୍ର ମଧ୍ୟରେ ଜୟପ୍ରକାଶ ଉଜ୍ଜଳ ଭାବେ ଅଭିମନ୍ତ୍ରିତ.ସାମ୍ୟବାଦୀ ଦର୍ଶନର ଭାରତୀୟ ବିଫଳତାର ଗାଥା ଆପଣଙ୍କ ଉପନ୍ୟାସରୁ ପାଇବି ବୋଲି ଆଶା କରେ.ସମାଜ,ସଂସ୍କୃତି ଓ ସାହିତ୍ୟର ପୂନର୍ବ୍ୟଖାନ ଆରଂଭ ହୋଇଥିବା ସମୟରେ ଆପଣଙ୍କ ଏ ଉପନ୍ୟାସ ଅଧିକ ପ୍ରାସଙ୍ଗିକ ହୋଇଉଠିବା. ଅନେକ ଶୁଭ କାମନା ସହ.
Thursday, October 19, 2017
ଜୀବନ ସ୍ରୋତ ଠିକ କଳ କଳ ଗୀତିମୟ ସ୍ରୋତସ୍ଵିନୀ ପରି. ସମତଳରେ ସଙ୍ଗୀତ ସୃଷ୍ଟି ହୁଏନା,ହୁଏ ଉତଥାନ ପତନରେ.ଏହା ନଥିଲେ ଜୀବନ ସଙ୍ଗୀତମୟ ହୁଏନା.ଗତକାଲି ଥିଲା ସେମିତି ସଙ୍ଗୀତମୟ ଯାହା ବହୁଦିନ ୟାଏଁ ମୋତେ ଆଚ୍ଛନ କରିବ .ଦୀପାବଳୀର ରଙ୍ଗଭରା ଆଲୋକରେ ସେ ସଙ୍ଗୀତ ମୋତେ କେବଳ ତନ୍ମୟ କରିନାହିଁ,ପକ୍ଷୀଟିଏ ହୋଇ ଉଡାଣ ଆରମ୍ଭ କରିଛି.ଦୀପାବଳୀର ଅନେକ ଅନେକ ଶୁଭକାମନା.କାଳିମା ହଟିଯାଉ ରଙ୍ଗ ଆଲୋକ ହୃଦୟରେ ରାଜତ୍ବ କରୁ.
Tuesday, October 10, 2017
ପ୍ରିୟ କୃଷ୍ଣ ବାବୁ! ଆପଣଙ୍କ ପ୍ରଶ୍ନର ଉତ୍ତର ଟାଇମଲାଇନରେ ଦେବା ଉଚିତ ମାନେ କରୁଛି.ମୁଁ ,ହୀରଣ୍ମୟୀ ଓ ସଦାନନ୍ଦ ତ୍ରିପାଠୀ ୨୦୧୪ରେ ବିଚାରକ ଥିଲୁ. ସେଇ ସଂଖ୍ୟାରେ ମୁଁ ଆଶଙ୍କା ପ୍ରକାଶ କରିଥିଲି ଯେ କିଶୋରମାନଙ୍କ ନିକଟରୁ ଏପରି ପ୍ରଭାବଶାଳୀ ଗଳ୍ପ ସାଧାରଣାତ୍ତ ଆଶା କରାୟାଇନଥାଏ,ଯଦି ସେମାନେ ଏହି ଉଦ୍ୟମ ଜାରି ରଖନ୍ତି ତେବେ ଓଡ଼ିଆ ସାହିତ୍ୟ ନିଶ୍ଚୟ ସମୃଢ୍ଢ ହେବ.ଶାଶ୍ଵତ ମିଶ୍ର, ସୋନାଲୀ ମାଦେଲି,ଶ୍ରୀକାନ୍ତ ବାରିକ,ଚିରଞ୍ଜିତ କୁମାର ବେହେରା ଓ ଅନ୍ୟମାନେ ସାହିତ୍ୟରେ ସକ୍ରୀୟ ଅଛନ୍ତି,ତେବେ ଅବଦାନ ଆଶାନୁରୂପ ନୁହେଁ.ଏହାର ଅନେକ କାରଣ ଥାଇପାରେ.କଥା ପୁରସ୍କାର ନିଶ୍ଚିତ ଭାବେ ପ୍ରତିଭାବାନ କଥାକାରଙ୍କ ମିଳୁଛି,ପରବର୍ତୀ ପର୍ୟାୟରେ ସେମାନେ ଆଶାନୁରୂପ ଲେଖିନପାରିବା ସେମାନଙ୍କ ବ୍ୟକ୍ତିଗତ ସମସ୍ୟା ହେତୁ ହୋଇପାରିଥାଏ.ତେବେ ୧୯୮୦ରୁ ଓଡ଼ିଆ ଗଳ୍ପ ଓ ଭାରତ ସହ ବିଶ୍ଵ ଗଳ୍ପ ସାହିତ୍ୟ ସହ ମୋର ଘନିଷ୍ଟ ସମ୍ପର୍କ. ଓଡ଼ିଆ କଥାଶିଳ୍ପୀ ମାନଙ୍କୁ ନେଇ ମୁଁ ବହୁତ ଗର୍ବ କରେ.ନିକଟରେ ଶାନ୍ତନୁ ଆଚାର୍ଯ୍ୟଙ୍କ କୁହୁକ ବାସ୍ତବତା ଶୈଳୀ କିପରି ମାର୍କବୱେଜଙ୍କ ଶୈଳୀ ଠାରୁ ନ୍ୟୂଉନା ନୁହେଁ ତାହା ଏକ ସଭାରେ ଉଲ୍ଲେଖ କରିଥିଲି.ନବପ୍ରତିଭା ମାନେ ଯତ୍ନଶୀଳ ହେଲେ ଓ ବିଶ୍ଵ ସାହିତ୍ୟ ସମ୍ପର୍କରେ ସଚେତନ ହେଲେ ଓଡ଼ିଆ ସାହିତ୍ୟ ଅଧିକ ସମୃଦ୍ଧ ହେବ.ପ୍ରସଙ୍ଗଟି ଉପସ୍ଥାପନା କରିଥିବାରୁ କୃତଙଜ୍ଞତା.ମୁଁ ଦେବୀପ୍ରସାଦ,ବିବେକାନନ୍ଦ,ସ୍ବଦେଶ,ଶୁଭ୍ରାଂଶୁ ଆଦିଙ୍କୁ ଅନୁରୋଧ କରିବି,ଦୟାକରି ତୁମେ ଗଳ୍ପ ଲେଖିବା ଜାରି ରଖିବ,ତୁମେମାନେ ଅଦ୍ଦୀତ୍ତୀୟ ପ୍ରତିଭାଧିକାରୀ.ତୁମଠାରୁ ଓଡ଼ିଆ ସାହିତ୍ୟ ବହୁ କିଛି ଆଶା କରୁଛି.
Tuesday, September 26, 2017
୨୫/୦୯/୨୦୧୭ ତାରିଖରେ ସମାଜ ପୃଷ୍ଠାରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ '' ଆଂଚଳିକ ଭାଷା ଓ ଆମ ସମସ୍ୟା '' ଆଲେଖ୍ୟଟି ପଢି ମୋ ମନରେ କେତୋଟି ପ୍ରଶ୍ନ ଜାଗ୍ରତ ହୋଇଛି, ତାହାକୁ ଏଠାରେ ଆଲୋଚନା କରୁଛି. ରାଜ୍ୟ ସରକାରଙ୍କ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ସମ୍ପର୍କରେ ସାରକଂ ମତ ହେଲା-ଏହି ବିଶ୍ଵ ବିଦ୍ୟାଳୟ ମାଧ୍ୟମରେ ଓଡ଼ିଆ ଭାଷାକୁ ଜ୍ଞାନର ଭାଷା ଭାବେ ପ୍ରତିଷ୍ଠା ପ୍ରଦାନ କରିବା ଯାହା ଇଂରାଜୀ ଲବି ଓ ଦୁଇ ଥାକିଆ ଶିକ୍ଷା ବ୍ୟବସ୍ଥା ଯୋଗୁଁ ସମ୍ଭବ ହୋଇ ନାହିଁ. ଓଡ଼ିଆ ବିଶ୍ଵ ବିଧ୍ୟାଳୟ କଣ ଏଥିରୁ ମୁକ୍ତ ହୋଇପାରିବ? ରାଜ୍ୟରେ ସ୍ନାତ୍ତକୋତ୍ତର ଓଡ଼ିଆ ଶିକ୍ଷା ପ୍ରଦାନ କରୁଥିବା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ଭୂମିକା କଣ? ଏହି ଅନୁଷ୍ଠାନ ଗୁଡିକର ଆଭିମୁଖ୍ୟ କଣ ଏହାଠାରୁ ଭିର୍ନ୍ନ?ଏହି ଅନୁଷ୍ଠାନ ଗୁଡିକରେ ଇଂରାଜୀ ଲବି ଓ ଦୁଇ ଥାକିଆ ଶିକ୍ଷା ବ୍ୟବସ୍ଥାର କୌଣସି ପ୍ରଭାବ ନଥିବା ସତ୍ୱେ ଏମାନଙ୍କ ଅବଦାନ କାହିଁକି ନଗଣ୍ୟ?ଓଡ଼ିଆ ଭାଷା ବିଶ୍ଵ ବିଦ୍ୟାଳୟ କେବଳ ଓଡ଼ିଆ ଭାଷାରେ ଜ୍ଞାନ ପୁସ୍ତକ ପ୍ରକାଶନରେ ସିମୀତ ରହିବ ନା ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷା ପ୍ରଦାନ କରିବ?ଇଂରାଜୀ ଲବି ଓ ଦୁଇ ଥାକିଆ ଶିକ୍ଷା ବ୍ୟବସ୍ଥାକୁ ଏହା କିପରି ପ୍ରତିହତ କରି ଏକ ସ୍ୱୟଂସମ୍ପୂର୍ଣ ଅନୁଷ୍ଠାନରେ ପରିଣତ ହୋଇପାରିବ?ଏସବୁ ଆହ୍ୱାନକୁ ମୁକାବିଲା କରି ଓଡ଼ିଆ ବିଶ୍ଵ ବିଦ୍ୟାଳୟ ଅନେକ ଆଶା ଓ ସ୍ୱପ୍ନକୁ ସାକାର କରୁ,ଓଡ଼ିଆ ଭାଷାକୁ ଚଳନ୍ତି ସମୟର ଏକ ଜ୍ଞାନର ଭାଷା ହେଉ --ଏହାହିଁ କାମନା?
Sunday, August 27, 2017
ସାହିତ୍ୟ ଆକାଦେମୀ, ନୂଆଦିଲ୍ଲୀ ଆନୁକୂଲ୍ୟରେ ନାରୀଚେତନା କାର୍ଯ୍ୟକ୍ରମ ମୋତେ ସଂଶୟ ଆଡକୁ ନେଇୟାଇଛି.ରାଜ୍ୟର ଗୌରବ ବୃଦ୍ଧି କରୁଥିବା ପାଞ୍ଚଜଣ ମହିୟସୀ ମହିଳାଙ୍କୁ ନିଜ ବକ୍ତବ୍ୟ ଉପସ୍ଥାପନ ନିମିତ୍ତ ଆମନ୍ତ୍ରଣ କରାଯାଇଥିଲା.ଏହାର ସାରାଂଶ କହିବାକୁ ୟାଇ ବନୋଜ ଯଥାର୍ଥରେ କହିଥିଲେ ପାଂଚୋଟି ଉପନ୍ୟାସ ଏମାନେ.କୁଳୀନ ରକ୍ଷଣଶୀଳ ପୁରୁଷ ପ୍ରଧାନ ସମାଜର ପ୍ରତିବନ୍ଧକକୁ ଅତିକ୍ରମ କରି ଏମାନେ ଯେଉଁ ସଫଳତା ଗୋଟାଇଛନ୍ତି ସେଥିରେ ପୁରୁଷ ଓ ନାରୀର ଭୂମିକା କଥା କହିଥିଲେ ସେମାନେ.ଏହି ବକ୍ତବ୍ୟ ଗୁଡିକରେ ବ୍ୟବସ୍ଥା ସମ୍ପର୍କରେ କୁହାଯାଇଥିଲା,କେଉଁଠି ବି ପୁରୁଷ ବିଦ୍ବେଷ ନଥିଲା,ଲିଙ୍ଗ ପକ୍ଷପାତିତା ଥିଲା.ପୁରୁଷର ସହଯୋଗରେ ଏହି ପକ୍ଷପାତିତାକୁ ସେମାନେ ଅତିକ୍ରମ କରି ଆଜି ସଫଳତା ପାଇଛନ୍ତି-ଏହା ଥିଲା ସମସ୍ତଙ୍କ ଅନୁଭବ.ଏହି ପାଞ୍ଚଜଣ ମହିୟସୀ ମହିଳାଙ୍କ ଅନୁଭବ ଓ ଅଭିଜ୍ଞାତା ଉପନ୍ୟାସ ଅପେକ୍ଷା ଅଧିକ ମାର୍ମିକ ଓ ବେଦନାବୋଧକ.ବିଶେଷତଃ ନିବେଦିତା ଆଚାର୍ଯ୍ୟଙ୍କ ଅଭିଜ୍ଞତା ୟେ କୌଣସି ବେଷ୍ଟ ସେଲର ଥ୍ରୀଲର ଠାରୁ କୌଣସି ଗୁଣରେ କମ ନୁହେଁ.ତେବେ ଓଡ଼ିଆ ଉପନ୍ୟାସରେ ମିଛ ବାସ୍ତବତା କୁ ଆଧାର କରି ନାରୀ ବିମର୍ଷ ସ୍ଥାନ ପାଇଛି ନା ତାହା ଆଉ ଏକ ବାସ୍ତବତା?ଏହି ସଂଶୟ ମୋତେ ଏବେ ଆକ୍ରାନ୍ତ କରିଛି.
Saturday, August 26, 2017
ରବୀନ୍ଦ୍ର ବାବୁ, ଅନେକ ଅନେକ ଅଭିନନ୍ଦନ ଆପଣଙ୍କ ନୂତନ ସମାଲୋଚନା ପୁସ୍ତକ ନିମିତ୍ତ. ବାସ୍ତବରେ ଏହି ଗ୍ରନ୍ଥଟି ଓଡ଼ିଆ ସାହିତ୍ୟ ସମାଲୋଚନାର ଧାରା ପରିବର୍ତନରେ ସମର୍ଥ ହେବ ବୋଲି ମୋର ଦୃଢ ବିଶ୍ଵାସ.ସମକାଳୀନ ବିଶ୍ଵ ସାହିତ୍ୟରେ ଯେଉଁ ସମାଲୋଚନା ଧାରା ଗୁଡିକ ଅନୁସୃତ ହୋଇ ସାହିତ୍ୟ ଓ ସଂସ୍କୃତିର ପୁନର୍ବ୍ୟଖ୍ୟାନ ଆରମ୍ଭ କରିଛନ୍ତି ତାହାକୁ ଆପଣ ଅତି ସଫଳତାର ସହ ଓଡ଼ିଆ ସାହିତ୍ୟରେ ପ୍ରୟୋଗ କରିଛନ୍ତି.ଗବେଷକ ଛାତ୍ର ମାନଙ୍କୁ ଏହା କେବଳ ଉପାଦେୟ ହେବ ତାହା ନୁହେଁ , ନୂଆ ରାସ୍ତା ମଧ୍ୟ ଦେଖାଇବ. ବିଶେଷତହ ଚର୍ଚିତ ଗ୍ରନ୍ଥ ସମ୍ପର୍କରେ ଯେଉଁ ସୂଚନା ରହିଛି ତାହା ଗବେଷଣାର ପଥକୁ ପ୍ରଶସ୍ତ କରିବା. ଅନେକ ଅନେକ ଅଭିନନ୍ଦନ ଆଉଥରେ.
Sunday, July 16, 2017
Sunday, May 28, 2017
ସାହିତ୍ୟପତ୍ରରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟକଂ ଏକ ପ୍ରବଂଧ "ଉପେନ୍ଦ୍ରକଂ ଦୃଷ୍ଟିରେ କାବ୍ୟଦୋଷ"ରେ ଗୁପ୍ତଦୋଷର ଉଲ୍ଲେଖ ଅଛି ଯାହା ଆଜିର କବିକଂ ନିମିତ୍ତ ମଧ୍ୟ ପ୍ରଯୁଯ୍ୟ.''ଉପେନ୍ଦ୍ରକଂ ମତରେ କୌଣସି ବ୍ୟକ୍ତିକୁ ଏକ ଉକ୍ତୃଷ୍ଟ ବସ୍ତୁ ସହ ସମାନ ବୋଲି କହି ପରେ ତାହାକୁ ଅନ୍ୟ ଏକ ନିକୃଷ୍ଟ ବସ୍ତୁ ସହ ତୁଳନା କଲେ ଏ ଦୋଷ ହୋଇଥାଏ.--ଭାବ ପ୍ରବଣ ଚିତ୍ତରେ ବିଷୟବସ୍ତୁ ପ୍ରତି ଦୃଷ୍ଟି ରଖି କାବ୍ୟ ରଚନା କରି ଚାଲିଲାବେଳେ କବିର ଅଗ୍ୟାଂତସାରରେ ଏ ପ୍ରକାର କେତକ ବର୍ଣନା କାବ୍ୟ ମଧ୍ୟକୁ ଆସିଯାଇଥାଏ.କିନ୍ତୁ ପ୍ରତିଭାବାନ କବି କାବ୍ୟକୁ ସର୍ବାଂଗ ସୁନ୍ଦର କରିବା ନିମିତ୍ତ୍ ଏଥି ପ୍ରତି ବିଶେଷ ଦୃଷ୍ଟି ଦେବା ବିଧେୟ.''
ସାହିତ୍ୟପତ୍ର-2016-17,ପୃଷ୍ଠା-62
ସାହିତ୍ୟପତ୍ର-2016-17,ପୃଷ୍ଠା-62
Saturday, May 27, 2017
ରେଭେନସା ବିଶ୍ବବିଦ୍ୟାଳୟ,ଓଡିଆ ବିଭାଗ ତରଫରୁ ପ୍ରଫ୍ରେସର ଗୌରାଗଂ ଚରଣ ଦାଶଂକ ସଂପାଦନାରେ ସାହିତ୍ୟ ପତ୍ରର ସମାଲୋଚନା ବିଶେଷାଂକ ପ୍ରକାଶିତ ହୋଇଛି ଯାହା ଓଡିଆ ସମାଲୋଚନାର ଦିଗବାରେଣୀ ଗ୍ରଂଥ.ଏହାକୁ ନପଢି ସାହିତ୍ୟ ଆଲୋଚନା କେତେ ଭ୍ରମାମ୍ତକ ତାହା ଏହାକୁ ପଢିବା ବ୍ୟକ୍ତିହିଁ ଜାଣିପାରିବ.ବିଶ୍ବ ସାହିତ୍ୟରେ ଥିବା ସାହିତ୍ୟ ସମାଲୋଚନାର ସ୍କୁଲ ଓ ସେମାନଂକ ଧାରା ସହ ଭାରତୀୟ ସାହିତ୍ୟ ଓ ନନ୍ଦନ ତତ୍ତ୍ବ ସଂପର୍କରେ ଆଲୋଚନାମାନ ଲେଖିଛନ୍ତି-ଦେବେନ୍ଦ୍ର କୁମାର ଦାଶ,ଗୁରୁ ଚରଣ ବେହେରା,ଚିତ୍ତରଂଜନ ମିଶ୍ର,ସୁଦର୍ଶନ ଆଚାର୍ଯ୍ୟ,ଅନନ୍ତ ଚରଣ ଶୁକ୍ଲ,କୃଷ୍ନ ଚନ୍ଦ୍ର ପ୍ରଧାନ,ଖୀରୋଦ ଚନ୍ଦ୍ର ଦାଶ୍,ଦୀପ୍ତି ରଂଜନ ପଟ୍ଟନାୟକ,ଦାଶରଥି ଦାସ,ବିଜୟ କୁମାର ନନ୍ଦ,ପ୍ରଦିପ୍ତ କୁମାର ପଣ୍ତା,କାହ୍ନୁଚରଣ ପାଢୀ,ସୁଧୀର ଚନ୍ଦ୍ର ବେହୁରା ଓ ଗୌରାଗଂ ଚ ରଣ ଦାଶ.ସାହିତ୍ୟର ଛାତ୍ର ଭାବରେ ମୁଁ ପ୍ରଫେସର ଦାଶକୁଂ ଏହି ମୂଲ୍ୟବାନ ପ୍ରକଲ୍ପ ନିମିତ୍ତ ଅଭିନ୍ଦନ ଜଣାଉଚି.Thursday, May 25, 2017
ବୈଶ୍ରବଣୀ 2009ରେ ପ୍ରକାଶିତ ଓ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେହେଁ ମୁଁ ପଢିବାର ସୁଯୋଗ ପାଇନଥିଲି.ଏଣୁ ବୋଧହୁଏ ବୈଶ୍ରବଣୀ ମମତାଂକ ହାତରୁ ମୋ ପାଖକୁ ସ୍ବ ଦେହେରେ ଆସି ମୋ ଚେତନାର ପ୍ରହାରକୁ ଅପେଖ୍ୟା କରିଥିଲା ମୋ ଭିତର ପାଠକୀୟତା.ବାସ୍ତବରେ ଏହା ଏକ ଉପନ୍ୟସ ନା ଏକ ଉଛ୍ବାସ.କେଉଁ ଜଗତକୁ ନିଜ ସତ୍ତାକୁ ଉନ୍ନିତ କଲେ ଏପରି ଏକ ଅନବଦ୍ୟ ପ୍ରେମ ଗାଥାଟିଏ ନିଃସଂକୋଚରେ ଗାଇହୁଏ.ଭାରତୀୟ ବୃହତ କଥା ପରଂପରାରେ ଜଣେ ଅଣନାୟିକାକୁ ନାୟିକା କରିବା ସହ ଜଣେ ପ୍ରେମତଲ୍ଲିନା ନାରୀର ବେଦନାକୁ ବୁଝିବାକୁ ଅସମର୍ଥ ହୋଇଥିବା ମହାକବି ବାଲ୍ମିକୀକୁଂ ଅତିକ୍ରମ କରି ପ୍ରେମର କାଳଜୟୀ ଆଲେଖ୍ୟ ଆଂକିବା ଏକ ସାଧାରଣ ସାହିତ୍ୟ କର୍ମ ନୁହେଁ.ପ୍ରେମ,ପ୍ରକୃତି,ସଂସ୍କାର,ପୌରୁଷ,ସୌନ୍ଦର୍ଯ ଚର୍ଯା,ଦେବ-ଆସୁରୀୟ-ମାନବୀୟ ଗୁଣବଳୀର ଗଭୀର ଅବବୋଧହିଁ ଏପରି କ୍ଲାସିକଟିଏକୁ ନିର୍ମାଣ କରିବା ନିମିତ୍ତ ରାସ୍ତା ଦେଖାଏ.ହଜାର ହଜାର ବର୍ଷର ଭାରତୀୟ ପରମ୍ପରା ଓ ବିଶ୍ବାସକୁ ବେଖାତିର କରି ଈଶ୍ବରତ୍ବ ପ୍ରାପ୍ତି ନିମିତ୍ତ ପ୍ରେମ ତଲ୍ଲୀନା ନାରୀକୁ ଆଗ୍ରାହ୍ୟ କରିବା ପଶ୍ଚାଦରେ ରାମଂକ ମହନୀୟତ୍ତାକୁ ଗ୍ଲାନିମୟ ଭାବରେ ଚିତ୍ରିତ କରି ଭାରତୀୟ ବୃହତ ପରମ୍ପରା କିପରି ଲିଂଗ ବୌଷମ୍ୟ ଆଧାରିତ ତାହାକୁ ପ୍ରତିଷ୍ଠା କରିପାରିଛନ୍ତି ମମତାମୟୀ.ଭାରତୀୟ ନାରୀ ବିମର୍ଶରେ ଏହା ଏକ ନୂତନ ଅଧ୍ୟାୟ-କାରଣ ଭାରତୀୟ କଥା ପରମ୍ପରାର ମର୍ଯଦାବନ୍ତ ପୁରୁଷ ପୁରୁଷୋତ୍ତମ ରାମଂକ ନାରୀବିଦ୍ବେଷି ଚେତନାକୁ ପ୍ରମାଣିତ କରିଛନ୍ତି ଓଔପନ୍ୟାସିକା.ଏ ସମସ୍ତ ତତ୍ତ୍ବ ଓ ବିଚାରଧାରା ଉପନ୍ୟାସର ସୌନ୍ଦର୍ଯକୁ ସମନ୍ୟତମ ଆଘାତ ଦେଇନାହିଁ.ଉପନ୍ୟାସଟି ଏକ ଅନବଦ୍ୟ ପ୍ରେମ କାବ୍ୟ.ଗଦ୍ୟ ଏଠାରେ କବିତାମୟ.କଲ୍ପନା,ପ୍ରକୃତି ଓ ସ୍ବପ୍ନ ଉପନ୍ୟାସଟିକୁ କାବ୍ୟିକତାରେ ଭରିଦେଇଛନ୍ତି.ଜଣେ ପ୍ରେମ ତଲ୍ଲିନା କବିହିଁ ଏପରି କାଳଜୟୀ ଗଦ୍ୟ କାବ୍ୟ କ୍ଲାସିକଟିଏ ସର୍ଜନା କରିପାରେ.ଭାରତୀୟ କଥାସାହିତ୍ୟରେ ଏହି ଉପନ୍ୟାସଟି କେବେ ଚର୍ଚିତ ହେବ ତାହା ପଢିବାକୁ ଅପେଖ୍ୟା କଲି.
କିଛି ବର୍ଷ ତଳେ ନାଇପଲ ଉପନ୍ୟାସର ମୃତ୍ୟୁ ସମୟ ନାମରେ ଏକ ଆଲେଖ୍ୟ ଇଂରାଜୀ ସମ୍ବାଦ ପତ୍ରରେ ଲେଖିଥିଲେ. ଏହାର କାରଣ ଆମେରିକୀୟ-ୟୁରୋପୀୟ ଜୀବନ ଶୈଳୀ.ସେମାନଂକ ଜୀବନ ଚର୍ଯା ପ୍ରାୟତଃ ବସ୍ତୁ ଓ ଯୁକ୍ତି କୈନ୍ଦିକ.ତେଣୁ ସେଠାରେ ନାନୋ ଦର୍ଶନ ଜୀବନ ଧାରଣର ମାନଦଣ୍ତ ହୋଇଛି.ତେବେ ସମସାମୟିକ ବିଶ୍ବ ଚିତଂନରେ ପ୍ରାଚ୍ୟ ବିଦ୍ୟା ଓ ଦର୍ଶନ ଏକ ଅନତିକ୍ରମ ବୃହତ ପରମ୍ପରା ଭାବରେ ଗୃହୀତ ହେଉଛି.ନ୍ୟାରେଟିଭ ପରମ୍ପରାରେ ଏବେ ରସଦି ବିଶ୍ବରେ " ମାର୍କେଜକଂ ପରେ ରସଦି" ଅବଧାରଣା ସୃଷ୍ଟି କରି ନାନୋ ଦର୍ଶନକୁ ପ୍ରତିହତ କରିପାରିଛନ୍ତି.ଆମ ଲେଖକଗଣ ସେହି ପରମ୍ପରାର ଦାୟାଦ.ସାହିତ୍ୟ ସାଧନା ସମୟରେ ଏ ଦିଗପ୍ରତି ସଚେତନ ରହିବା ଆବଶ୍ୟକ.ଏହା କହିବା ବେଳେ ମୁଁ ପରମ୍ପରାର ପୂର୍ନବ୍ୟାଖ୍ୟାନକୁ ଅସ୍ବିକାର କରୁନାହିଁ.
Thursday, May 18, 2017
Sunday, April 30, 2017
Saturday, April 15, 2017
Modernity & Post-Modernity in Odia Literature
କବିତାରେ ଆଧୁନିକ-ଉତ୍ତର ଆଧୁନିକ ସ୍ତର ରହିଛି/ ଏଠାରେ କବିତା ନ କହି ସାହିତ୍ୟ କହିବି/ ପ୍ରଥମ କଥା ଆଧୁନିକତା କେବେ ପୁରୁଣା ହୁଏ ନାହିଁ/ ହଜାର ହଜାର ବର୍ଷ ଧରି ଆଧୁନିକତା ଚମକୁଥାଏ ଓ ଚମ୍ତକ୍ରୁତ କରୁଥାଏ/ ଆଧୁନିକତା ଏକ ଅର୍ନ୍ତଜଗତର ଅବବୋଧ/ ତାହା ଚେତନା ସଂଜାତ ଓ ପରଂପରା ନିସ୍ରୁତ--ଏହା ନବୁଝିଲେ ଆଧୁନିକତାକୁ ବୁଝିହେବ ନାହିଁ/ ପ୍ରଥମତଃ-ଆଧୁନିକତା ପରଂପରା ବିରୋଧି ନୁହେଁ/ ପରଂପରା ଓ ସଂସ୍କ୍ରୁତିକୁ ଆଧୁନିକତା ନବ ବିନ୍ୟାସ ପ୍ରଦାନ କରିଥାଏ---ପୁର୍ନମାର୍ଜିତ କରି ସଭ୍ୟତାର ବିକାଶରେ ସହାୟକ ହୋଇଥାଏ/ ଆମ ସାହିତ୍ୟ ଆଲୋଚକଗଣ ଯଂତ୍ର ଓ ବୌଷୟିକ ଜ୍ଜାନକୁ ଆଧୁନିକତାର ଭିତ୍ତି ଭାବରେ ଗୁରୁତ୍ୟ ପ୍ରଦାନ କରିଥିବାରୁ ଏପରି ଏକ ଧାରଣା ସ୍ରୁଷ୍ଟି ହୋଇଛି/ ଯଂତ୍ର ଓ ବୌଷୟିକ ଜ୍ଜାନ ସଭ୍ୟତାର ବିକାଶରେ ସହାୟକ ହେଉଥିବାରୁ ଏପରି ଭାବିନେବା ସ୍ବଭାବିକ / ଯେଉଁ ଚେତନାରୁ ଏହି ଜ୍ଜାନ କୌଶଳର ସ୍ରୁଷ୍ଟି ତାହାହିଁ ଆଧୁନିକତା/
ଏବେ ଏହାକୁ ଆମ ସମୟର ଅନ୍ୟତମ ଶ୍ରେଷ୍ଠ ଆଧୁନିକ କବି ଇଲିୟଟଂକ ଆଧୁନିକତାର ଅବବୋଧ କୁ ଉଦାହରଣ ଭାବରେ ଆଲୋଚନା କରିବା / ଔଏଷ୍ଟ୍ ଲ୍ୟଣ୍ତରେ ସେ ଏକ ଧ୍ବସ ଓ ବିଭୀଷିକାର କଥା କହୁଥିଲେହେଁ ଶେଷରେ ସାମାଜିକ ସଂହତି ଓ ପୁର୍ନବିନ୍ୟାସର କଥା କହିଛଂତି/ ସାମାଜିକ ଅଗ୍ରସରତା ଆଧୁନିକତାର ସର୍ବଶ୍ରେଷ୍ଠ ଗୁଣ/ ଏ ଦ୍ରୁଷ୍ଟିକୋଣରୁ ହରପ୍ରସାଦଂକ ଆଧୁନିକତାର ବ୍ୟାଖନ ପ୍ରଣିଧାନଯୋଗ୍ୟ/
ଓଡିଆ ସାହିତ୍ୟରେ ଏବେବି ସାରଳା,ଜଗନ୍ନାଥ ଓ ଗଂଗାଧରଂକ ଆଧୁନିକ ଦ୍ରୁଷ୍ଟିଭଂଗୀକୁ ଯଥେଷ୍ଟ ଆଲୋଚନା କରାଯାଇ ନାହିଂ/ ସାରଳା ଭାରତୀୟ ବ୍ରୁହତ ପରଂପରା ଓ ବ୍ରାହ୍ମଣବାଦକୁ ପ୍ରତିହତ କରି ଓଡିଆ ଅସ୍ମିତା ପ୍ରତିଷ୍ଠା କରି ଗୋଟିଏ ଜାତିର ପ୍ରାଣ ପ୍ରତିଷ୍ଠା କଲେ---ଏହା ଗୋଟିଏ ଜାତିର ଇତିହାସରେ ଥରେ ଘଟେ---ଏବଂ ଏହି ବିରଳ କ୍ରୁତିତ୍ବ ସାରଳାଂକ/ କେତେ ସାହସୀ ଆଧୁନିକ ହେଲେ ଏକ ବିରାଟ ସ୍ରୋତକୁ ପ୍ରତିହତ କରି ଏକ ନୂତନ ସ୍ରୋତ ନିର୍ମାଣ କରିହେବ ତାହା କଳ୍ପନାତିତ/ ସେହିପରି ଜଗନ୍ନାଥଂକ ଭାଗବତ----ଭୂମା ଓ ଭୂମି ମଧ୍ଧରେ ଥିବା ସଂପର୍କର ବ୍ୟାଖ୍ୟାନ ଏକ ମାନକ ଭାଷା ନିର୍ମାଣ ଦ୍ବାରା ସାବଲୀଳ ପରିପ୍ରକାଶ ଏକ ଅନନ୍ୟ ଆଧୁନିକତା/ ଭୂମି,ଭୂମା ଓ ବ୍ୟକ୍ତି ମଧ୍ଧରେ ରହିଥିବା ସର୍ବକାଳିନ ସଂପର୍କର କାବ୍ୟିକ ବ୍ୟାଖ୍ୟାନ ଏପରି ଭାବରେ ଅନ୍ୟ ଭାରତୀୟ ଭାଷାରେ ବୋଧହୁଏ ହୋଇନାହିଁ/ ଶରୀର ତତ୍ତ୍ବର ଆଧୁନିକ କାବ୍ଯିକ ବ୍ୟାଖ୍ୟାନ ଭାଗବତ ବ୍ୟତୀତ ଆଉ କେଉଁଠି ଦେଖାଯାଏ ନାହିଁ/ ସେହିପରି ଗଂଗାଧରଂକ ପ୍ରକ୍ରୁତି ଅବଧାରଣରେ ଯେଉଁ ଆଧୁନିକତାର ସ୍ପର୍ଶ ମିଳିଥାଏ ତାହା ଅନନ୍ୟ---ଏହି ଆଧୁନିକ ଚେତନା କାଳଜୟୀ ଓ ଓଡିଆ ସାହିତ୍ୟର ଅମୂଲ୍ୟ ସଂପଦ/ ଏବେ ମୁଁ ଆଉ ତିନିଜଣ ଆଧୁନିକ କଥାକାରଂକ ଚେତନା ବ୍ୟାଖ୍ୟାନ କରିବି---ସେମାନେ ହେଲେ--ଗୋପୀନାଥ/ଶାନ୍ତନୁ/ମନୋଜ/-----ଗୋପୀନାଥ ତାଂକ ଆଧୁନିକତାରେ ସାମାଜିକ ବ୍ରୁତ୍ତ ମଧ୍ଧରୁ ମାନବୀୟ ସତ୍ତାକୁ ଉନ୍ନୀତ କରାଇଛନ୍ତି-ଅନନ୍ତ ଓ ଅମ୍ରୁତକୁ ବ୍ୟକ୍ତି ସତ୍ତାରେ ଯୋଗ କରି--ଶାନ୍ତନୁ ପରଂପରାର ନବୀକରଣ ମାଧ୍ଧମରେ ସ୍ତୁଳ ବାସ୍ତବତାରୁ ଏକ ଉଚ୍ଚତର ସୋପାନ ଆଡକୁ ସମାଜ ଓ ବ୍ୟକ୍ତି କୁ ଅନୁପ୍ରେରିତ କରାଇଛନ୍ତି--ମନୋଜ ଦାସ ମଧ୍ଧ ଉଭୟ ବ୍ୟକ୍ତି ଓ ସମାଜର ଭୂମାମୁଖୀ ଉତ୍ତରଣର ବ୍ୟାଖ୍ୟାନ କରନ୍ତି--ଜଗନ୍ନାଥ ଦାସଂକ ଠାରୁ ମନୋଜ ଦାସଂକ ପର୍ଯନ୍ତ ଆଧୁନିକତାର ସ୍ବର ଗୋଟିଏ--ଯାହାକୁ ଓଡିଆ ସାହିତ୍ୟର ଆଧୁନିକ ପରଂପରା କୁହାଯାଇପାରେ---ଆଧୁନିକତା ସଂପର୍କରେ ଏହାହିଁ ମୋର ଅବବୋଧ/
ଏବେ ଆସନ୍ତୁ ଉତ୍ତର-ଆଧୁନିକତା ଆଡକୁ/ ଏହା ଏକ ଜଟିଳ ତତ୍ତ୍ବ/ ସାହିତ୍ୟ ଅପେଖ୍ୟା ଏହାକୁ ସଂସ୍କୁତି ଅଧ୍ଧୟନ ଖେତ୍ରରେ ଅଧିକ ପ୍ରୟୋଗ କରାଯାଇଥାଏ/ ଏବେ ମଧ୍ୟ ଏହି ତତ୍ତ୍ବକୁ ନେଇ ସନ୍ଦେହ ରହିଛି/ ଏହାକୁ ସାଧାରତଃ ଆଧୁନିକତାର ପରିପନ୍ଛି ଭାବରେ ଗ୍ରହଣ କରାଯାଇଥାଏ/ ଗୋଟିଏ ସୁସଂଜତ ବ୍ୟବସ୍ଛାକୁ ଏମାନେ ଅସ୍ବିକାର କରନ୍ତି/ ଅଯୌକ୍ତିତା,ଅସଂହତି ଓ କେଦ୍ନ୍ର୍ ବିଚ୍ବୁତି--ଏହି ତତ୍ତ୍ବର ମୌଳ ଅଭିବ୍ୟକ୍ତି/ ବିଭାଜିତ ସତ୍ତାକୁ ଏହା ପ୍ରାଧାନ୍ୟ ଦିଏ/ ଯୁକ୍ତିରହିତ ଉପସ୍ଛାପନା ଏହାର ପ୍ରମୁଖ ଗୁଣ/ ବାମାବାଦୀ ଚିଂତନ,ଉତ୍ତର-ଉପନିବେଶବାଦ,ନବ୍ୟ-ଇତିହାସବାଦ,ଓରିଏନ୍ଟାଲିଜିମ୍,ପାଠକ-କୌଦ୍ରିକ ସମାଲୋଚନା ଆଦି ତତ୍ତ୍ବ ଗୁଡିକ ଏହି ଉତ୍ତର ଆଧୁନିକତାରୁ ଜନ୍ମ/ ଓଡିଆ ସହିତ୍ୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଦେଖିବାକୁ ମିଳିଥାଏ/ କଥା ସାହିତ୍ୟରେ କହ୍ନେଇଲାଲ୍, ହ୍ଟ୍ରୁଷୀକେଶ ପଣ୍ତା, ମନୋଜ ପଣ୍ତା, ଜୌତି ନଦ୍ନ,ଭୀମ ପ୍ରୁଷ୍ଟି,ଅନୀଲ କୁମାର ପାଢୀ,ମମତାମୟୀ ଚୌଧୁରି,ଆଦିତେଶ୍ବର ମିଶ୍ର ପ୍ରମୁଖଂକ କ୍ରୁତିଗୁଡିକୁ ଉତ୍ତର ଆଧୁନିକ କୁହାଯିବ/ଏବେ ଆସନ୍ତୁ ଉତ୍ତର-ଆଧୁନିକତା ଆଡକୁ/ ଏହା ଏକ ଜଟିଳ ତତ୍ତ୍ବ/ ସାହିତ୍ୟ ଅପେଖ୍ୟା ଏହାକୁ ସଂସ୍କୁତି ଅଧ୍ଧୟନ ଖେତ୍ରରେ ଅଧିକ ପ୍ରୟୋଗ କରାଯାଇଥାଏ/ ଏବେ ମଧ୍ୟ ଏହି ତତ୍ତ୍ବକୁ ନେଇ ସନ୍ଦେହ ରହିଛି/ ଏହାକୁ ସାଧାରତଃ ଆଧୁନିକତାର ପରିପନ୍ଛି ଭାବରେ ଗ୍ରହଣ କରାଯାଇଥାଏ/ ଗୋଟିଏ ସୁସଂଜତ ବ୍ୟବସ୍ଛାକୁ ଏମାନେ ଅସ୍ବିକାର କରନ୍ତି/ ଅଯୌକ୍ତିତା,ଅସଂହତି ଓ କେଦ୍ନ୍ର୍ ବିଚ୍ବୁତି--ଏହି ତତ୍ତ୍ବର ମୌଳ ଅଭିବ୍ୟକ୍ତି/ ବିଭାଜିତ ସତ୍ତାକୁ ଏହା ପ୍ରାଧାନ୍ୟ ଦିଏ/ ଯୁକ୍ତିରହିତ ଉପସ୍ଛାପନା ଏହାର ପ୍ରମୁଖ ଗୁଣ/ ବାମାବାଦୀ ଚିଂତନ,ଉତ୍ତର-ଉପନିବେଶବାଦ,ନବ୍ୟ-ଇତିହାସବାଦ,ଓରିଏନ୍ଟାଲିଜିମ୍,ପାଠକ-କୌଦ୍ରିକ ସମାଲୋଚନା ଆଦି ତତ୍ତ୍ବ ଗୁଡିକ ଏହି ଉତ୍ତର ଆଧୁନିକତାରୁ ଜନ୍ମ/ ଓଡିଆ ସହିତ୍ୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଦେଖିବାକୁ ମିଳିଥାଏ/ କଥା ସାହିତ୍ୟରେ କହ୍ନେଇଲାଲ୍, ହ୍ଟ୍ରୁଷୀକେଶ ପଣ୍ତା, ମନୋଜ ପଣ୍ତା, ଜୌତି ନଦ୍ନ,ଭୀମ ପ୍ରୁଷ୍ଟି,ଅନୀଲ କୁମାର ପାଢୀ,ମମତାମୟୀ ଚୌଧୁରି,ଆଦିତେଶ୍ବର ମିଶ୍ର ପ୍ରମୁଖଂକ କ୍ରୁତିଗୁଡିକୁ ଉତ୍ତର ଆଧୁନିକ କୁହାଯିବ/
ଭାରତଂକ ସଦ୍ୟ ପ୍ରକାଶିତ କବିତା ଗ୍ରଂଥ ମାଝି ଗୀତ ପଢି ଚକିତ ହେଲି. ତାଂକ କବିତା ପଢିଥିଲି,ତେବେ ଏକତ୍ର୍ ଏହି କବିତା ଗୁଡିକ ନିଆରା ଲାଗିଲେ.ସତ କହିଲେ କ୍ରିଟିକାଲ ରିଏଲିଜିମର ଏ ଅଭିନବ ପ୍ରୟୋଗ ଓଡିଆ କବିତାରେ ଦୁର୍ଲଭ.ବ୍ୟକ୍ତି ବିଶ୍ବ ଓ ବିଶ୍ବଗ୍ରାମର ବ୍ବକ୍ତି ମଧ୍ୟରେ ଥିବା ସମସ୍ତ ବ୍ୟବଧାନକୁ କେବଳ ସେ ଏକ ପ୍ରହେଳିକାରେ ପରିଣତ କରିନହାଁନ୍ତି ଶବ୍ଦ ମାନଂକୁ ଛୁରି ଭାବରେ ବ୍ୟବହାର କରି ପାଠକର ହୃଦୟକୁ ଖ୍ୟତାକ୍ତ କରନ୍ତି.ମାନବ ସଭ୍ୟତାର ବ୍ୟବସ୍ଥାକୁ ଚ୍ୟାଲେଂଜ କରିବା ମଧ୍ୟରେ ଭାରତ ଓଡିଆ କବିତାକୁ ବିଶ୍ବଗ୍ରାମରେ ଛିଡା କରାଇ ଦେଶହୀନ ଜାତିହୀନ ଧର୍ମହୀନ ନିରୁତା ମଣିଷର ସର୍ବକାଳିନ ବେଦନାକୁ ଅବିକଳ ଭାବରେ ବ୍ୟକ୍ତ କରିବାକୁ ଚେଷ୍ଟା କରିଛନ୍ତି.ଅବିକଳତାହିଂ ତାଂକ କବିତାର ପରିଛେଦ ଓ ତାହାହିଂ କ୍ରିଟିକାଲ ରିଏଲିଜିମ.
Monday, April 10, 2017
After Reading ANUTTARITTA-a story writen by Mamatamayee Choudhury
ଏହା ଏକ ଲୋମ ଟାଂକୁରା ଗଲ୍ପ. ବହୁଦିନ ପରେ ଏମିତି ଏକ ଗଲ୍ପ ପଢିଲି ଯେଉଁଠି ପୁରୁଷ ହୋଇଥିବାରୁ ନିଜକୁ ଲଜ୍ଜିତ ମନେକଲି.କବିତା,ସ୍ବପ୍ନ ଓ ପ୍ରେମରୁ ଆରଂଭ ହୋଇଥିବା ଗଲ୍ପଟି ଏକ ବେଦନାରେ ଶେଷ ହୋଇଛି.ନାରୀଲେଖିକାଟିଏ କେତେ ଯୁଝିଲେ ଏମିତି ଭାବରେ ଲେଖକୀୟ ସତ୍ତାରୁ ଉନ୍ନିତ ହୋଇ ଗଲ୍ପର କାହାଣୀ ମଧ୍ଧରେ ନିଜକୁ ଆଜାଡି ଦେଇପାରେ ତାହା କଲ୍ପନାତୀତ.କେତେ ବେଦନା ଥିଲେ ନାରୀଟିଏ ପୁରୁଷକୁ,ଧର୍ମକୁ,ସମାଜକୁ ଏମିତି ଖ୍ୟମା କରିଦେଇ ନିଜକୁ ଭୂମା ସ୍ପର୍ଶରେ ମହିୟାନ କରେ--ତାହା ଏକ ବେଦନାସିକ୍ତ ନାରୀହିଁ ଜାଣେ.ଗଲ୍ପାୟନ.ଚରିତ୍ରାୟନ,ଭାଷା ଚୟନ,ପ୍ରକୃତି.ପରିବେଶ୍ ସବୁ କିଛି କସ୍ବଛ ସାବଲୀଳ ଓ ମାରମ୍ତକ ଭାବରେ ସଂକ୍ରମଣଶୀଳ.ମମତା ଅଭିନଂଦନର ବହୁ ଉର୍ଦ୍ଦରେ.
Friday, March 31, 2017
ରେଭେନ୍ସାରୁ ସୁଂଦର ଅନୁଭୁତି ନେଇ ଫେରିଲି/ ପ୍ରତିଭାଦୀପ୍ତ୍ ଛାତ୍ର୍ ଛାତ୍ରୀମାନେ ଆଗ୍ରହର ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ/ ଉତ୍ତର ଉପନିବେଶବାଦ,ନାରୀ ବିମର୍ଶ,କୁହୁକ ବାସ୍ତବତା ସହ ସମାଜବାଦୀ ବାସ୍ତବତା ଓଡିଆ ଗଲ୍ପର ଦିଗବଳୟକୁ କିପରି ସୁଦୂର ପ୍ରସାରୀ କରିଛି-ଆଲୋଚନା କରିଥିଲି/ ଓଡିଆ ଗଲ୍ପକୁ ରେଭେନ୍ସାର ଅବଦାନ ସଂପର୍କରେ କେବଳ ଉଲ୍ଲେଖ କରି ଛାତ୍ର୍ ଛାତ୍ରୀମାନେ ଏହି ପରଂପରାକୁ ଅଧିକ ସମ୍ରୁଧ କରିବାକୁ ଆହ୍ବାନ କରିଥିଲି/ ଏହି ବାର୍ଷିକ ପାଠଚକ୍ରରେ ବରେଣ୍ୟ କଥାକର ଅଚ୍ୟୁତାନଂଦ ପତି ମୁଖ୍ୟ ଅତିଥି ଓ ଡକ୍ଟର ଅର୍ଚନା ନାୟକ ସମ୍ମନିତ ଅତିଥି ଭାବରେ ଯୋଗଦେଇଥିଲେ/ ମାନ୍ୟବର କୁଳପତି ପ୍ରଫ୍ରସର ପ୍ରକାଶ ଚଂଦ୍ର ଷଡଂଗୀ ମହୋଦୟ ସଭାମୁଖ୍ୟ ଭାବରେ ଯୋଗଦେଇ ଥିଲେ/ ଓଡିଆ ବିଭାଗର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକାକୁଂ ମୁଁ ମୋର ଗଭୀର କୃତଗ୍ୟତା ଅର୍ପଣ କରୁଛି/
ରେଭେନ୍ସାରୁ ସୁଂଦର ଅନୁଭୁତି ନେଇ ଫେରିଲି/ ପ୍ରତିଭାଦୀପ୍ତ୍ ଛାତ୍ର୍ ଛାତ୍ରୀମାନେ ଆଗ୍ରହର ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ/ ଉତ୍ତର ଉପନିବେଶବାଦ,ନାରୀ ବିମର୍ଶ,କୁହୁକ ବାସ୍ତବତା ସହ ସମାଜବାଦୀ ବାସ୍ତବତା ଓଡିଆ ଗଲ୍ପର ଦିଗବଳୟକୁ କିପରି ସୁଦୂର ପ୍ରସାରୀ କରିଛି-ଆଲୋଚନା କରିଥିଲି/ ଓଡିଆ ଗଲ୍ପକୁ ରେଭେନ୍ସାର ଅବଦାନ ସଂପର୍କରେ କେବଳ ଉଲ୍ଲେଖ କରି ଛାତ୍ର୍ ଛାତ୍ରୀମାନେ ଏହି ପରଂପରାକୁ ଅଧିକ ସମ୍ରୁଧ କରିବାକୁ ଆହ୍ବାନ କରିଥିଲି/ ଏହି ବାର୍ଷିକ ପାଠଚକ୍ରରେ ବରେଣ୍ୟ କଥାକର ଅଚ୍ୟୁତାନଂଦ ପତି ମୁଖ୍ୟ ଅତିଥି ଓ ଡକ୍ଟର ଅର୍ଚନା ନାୟକ ସମ୍ମନିତ ଅତିଥି ଭାବରେ ଯୋଗଦେଇଥିଲେ/ ମାନ୍ୟବର କୁଳପତି ପ୍ରଫ୍ରସର ପ୍ରକାଶ ଚଂଦ୍ର ଷଡଂଗୀ ମହୋଦୟ ସଭାମୁଖ୍ୟ ଭାବରେ ଯୋଗଦେଇ ଥିଲେ/ ଓଡିଆ ବିଭାଗର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକାକୁଂ ମୁଁ ମୋର ଗଭୀର କୃତଗ୍ୟତା ଅର୍ପଣ କରୁଛି/
Wednesday, March 15, 2017
କବିତାରେ ଆଧୁନିକ-ଉତ୍ତର ଆଧୁନିକ ସ୍ତର ରହିଛି/ ଏଠାରେ କବିତା ନ କହି ସାହିତ୍ୟ କହିବି/ ପ୍ରଥମ କଥା ଆଧୁନିକତା କେବେ ପୁରୁଣା ହୁଏ ନାହିଁ/ ହଜାର ହଜାର ବର୍ଷ ଧରି ଆଧୁନିକତା ଚମକୁଥାଏ ଓ ଚମ୍ତକ୍ରୁତ କରୁଥାଏ/ ଆଧୁନିକତା ଏକ ଅର୍ନ୍ତଜଗତର ଅବବୋଧ/ ତାହା ଚେତନା ସଂଜାତ ଓ ପରଂପରା ନିସ୍ରୁତ--ଏହା ନବୁଝିଲେ ଆଧୁନିକତାକୁ ବୁଝିହେବ ନାହିଁ/ ପ୍ରଥମତଃ-ଆଧୁନିକତା ପରଂପରା ବିରୋଧି ନୁହେଁ/ ପରଂପରା ଓ ସଂସ୍କ୍ରୁତିକୁ ଆଧୁନିକତା ନବ ବିନ୍ୟାସ ପ୍ରଦାନ କରିଥାଏ---ପୁର୍ନମାର୍ଜିତ କରି ସଭ୍ୟତାର ବିକାଶରେ ସହାୟକ ହୋଇଥାଏ/ ଆମ ସାହିତ୍ୟ ଆଲୋଚକଗଣ ଯଂତ୍ର ଓ ବୌଷୟିକ ଜ୍ଜାନକୁ ଆଧୁନିକତାର ଭିତ୍ତି ଭାବରେ ଗୁରୁତ୍ୟ ପ୍ରଦାନ କରିଥିବାରୁ ଏପରି ଏକ ଧାରଣା ସ୍ରୁଷ୍ଟି ହୋଇଛି/ ଯଂତ୍ର ଓ ବୌଷୟିକ ଜ୍ଜାନ ସଭ୍ୟତାର ବିକାଶରେ ସହାୟକ ହେଉଥିବାରୁ ଏପରି ଭାବିନେବା ସ୍ବଭାବିକ / ଯେଉଁ ଚେତନାରୁ ଏହି ଜ୍ଜାନ କୌଶଳର ସ୍ରୁଷ୍ଟି ତାହାହିଁ ଆଧୁନିକତା/ ଏବେ ଏହାକୁ ଆମ ସମୟର ଅନ୍ୟତମ ଶ୍ରେଷ୍ଠ ଆଧୁନିକ କବି ଇଲିୟଟଂକ ଆଧୁନିକତାର ଅବବୋଧ କୁ ଉଦାହରଣ ଭାବରେ ଆଲୋଚନା କରିବା / ଔଏଷ୍ଟ୍ ଲ୍ୟଣ୍ତରେ ସେ ଏକ ଧ୍ବସ ଓ ବିଭୀଷିକାର କଥା କହୁଥିଲେହେଁ ଶେଷରେ ସାମାଜିକ ସଂହତି ଓ ପୁର୍ନବିନ୍ୟାସର କଥା କହିଛଂତି/ ସାମାଜିକ ଅଗ୍ରସରତା ଆଧୁନିକତାର ସର୍ବଶ୍ରେଷ୍ଠ ଗୁଣ/ ଏ ଦ୍ରୁଷ୍ଟିକୋଣରୁ ହରପ୍ରସାଦଂକ ଆଧୁନିକତାର ବ୍ୟାଖନ ପ୍ରଣିଧାନଯୋଗ୍ୟ/
ଓଡିଆ ସାହିତ୍ୟରେ ଏବେବି ସାରଳା,ଜଗନ୍ନାଥ ଓ ଗଂଗାଧରଂକ ଆଧୁନିକ ଦ୍ରୁଷ୍ଟିଭଂଗୀକୁ ଯଥେଷ୍ଟ ଆଲୋଚନା କରାଯାଇ ନାହିଂ/ ସାରଳା ଭାରତୀୟ ବ୍ରୁହତ ପରଂପରା ଓ ବ୍ରାହ୍ମଣବାଦକୁ ପ୍ରତିହତ କରି ଓଡିଆ ଅସ୍ମିତା ପ୍ରତିଷ୍ଠା କରି ଗୋଟିଏ ଜାତିର ପ୍ରାଣ ପ୍ରତିଷ୍ଠା କଲେ---ଏହା ଗୋଟିଏ ଜାତିର ଇତିହାସରେ ଥରେ ଘଟେ---ଏବଂ ଏହି ବିରଳ କ୍ରୁତିତ୍ବ ସାରଳାଂକ/ କେତେ ସାହସୀ ଆଧୁନିକ ହେଲେ ଏକ ବିରାଟ ସ୍ରୋତକୁ ପ୍ରତିହତ କରି ଏକ ନୂତନ ସ୍ରୋତ ନିର୍ମାଣ କରିହେବ ତାହା କଳ୍ପନାତିତ/ ସେହିପରି ଜଗନ୍ନାଥଂକ ଭାଗବତ----ଭୂମା ଓ ଭୂମି ମଧ୍ଧରେ ଥିବା ସଂପର୍କର ବ୍ୟାଖ୍ୟାନ ଏକ ମାନକ ଭାଷା ନିର୍ମାଣ ଦ୍ବାରା ସାବଲୀଳ ପରିପ୍ରକାଶ ଏକ ଅନନ୍ୟ ଆଧୁନିକତା/ ଭୂମି,ଭୂମା ଓ ବ୍ୟକ୍ତି ମଧ୍ଧରେ ରହିଥିବା ସର୍ବକାଳିନ ସଂପର୍କର କାବ୍ୟିକ ବ୍ୟାଖ୍ୟାନ ଏପରି ଭାବରେ ଅନ୍ୟ ଭାରତୀୟ ଭାଷାରେ ବୋଧହୁଏ ହୋଇନାହିଁ/ ଶରୀର ତତ୍ତ୍ବର ଆଧୁନିକ କାବ୍ଯିକ ବ୍ୟାଖ୍ୟାନ ଭାଗବତ ବ୍ୟତୀତ ଆଉ କେଉଁଠି ଦେଖାଯାଏ ନାହିଁ/ ସେହିପରି ଗଂଗାଧରଂକ ପ୍ରକ୍ରୁତି ଅବଧାରଣରେ ଯେଉଁ ଆଧୁନିକତାର ସ୍ପର୍ଶ ମିଳିଥାଏ ତାହା ଅନନ୍ୟ---ଏହି ଆଧୁନିକ ଚେତନା କାଳଜୟୀ ଓ ଓଡିଆ ସାହିତ୍ୟର ଅମୂଲ୍ୟ ସଂପଦ/
ଏବେ ମୁଁ ଆଉ ତିନିଜଣ ଆଧୁନିକ କଥାକାରଂକ ଚେତନା ବ୍ୟାଖ୍ୟାନ କରିବି---ସେମାନେ ହେଲେ--ଗୋପୀନାଥ/ଶାନ୍ତନୁ/ମନୋଜ/-----ଗୋପୀନାଥ ତାଂକ ଆଧୁନିକତାରେ ସାମାଜିକ ବ୍ରୁତ୍ତ ମଧ୍ଧରୁ ମାନବୀୟ ସତ୍ତାକୁ ଉନ୍ନୀତ କରାଇଛନ୍ତି-ଅନନ୍ତ ଓ ଅମ୍ରୁତକୁ ବ୍ୟକ୍ତି ସତ୍ତାରେ ଯୋଗ କରି--ଶାନ୍ତନୁ ପରଂପରାର ନବୀକରଣ ମାଧ୍ଧମରେ ସ୍ତୁଳ ବାସ୍ତବତାରୁ ଏକ ଉଚ୍ଚତର ସୋପାନ ଆଡକୁ ସମାଜ ଓ ବ୍ୟକ୍ତି କୁ ଅନୁପ୍ରେରିତ କରାଇଛନ୍ତି--ମନୋଜ ଦାସ ମଧ୍ଧ ଉଭୟ ବ୍ୟକ୍ତି ଓ ସମାଜର ଭୂମାମୁଖୀ ଉତ୍ତରଣର ବ୍ୟାଖ୍ୟାନ କରନ୍ତି--ଜଗନ୍ନାଥ ଦାସଂକ ଠାରୁ ମନୋଜ ଦାସଂକ ପର୍ଯନ୍ତ ଆଧୁନିକତାର ସ୍ବର ଗୋଟିଏ--ଯାହାକୁ ଓଡିଆ ସାହିତ୍ୟର ଆଧୁନିକ ପରଂପରା କୁହାଯାଇପାରେ---ଆଧୁନିକତା ସଂପର୍କରେ ଏହାହିଁ ମୋର ଅବବୋଧ/
ଏବେ ଆସନ୍ତୁ ଉତ୍ତର-ଆଧୁନିକତା ଆଡକୁ/ ଏହା ଏକ ଜଟିଳ ତତ୍ତ୍ବ/ ସାହିତ୍ୟ ଅପେଖ୍ୟା ଏହାକୁ ସଂସ୍କୁତି ଅଧ୍ଧୟନ ଖେତ୍ରରେ ଅଧିକ ପ୍ରୟୋଗ କରାଯାଇଥାଏ/ ଏବେ ମଧ୍ୟ ଏହି ତତ୍ତ୍ବକୁ ନେଇ ସନ୍ଦେହ ରହିଛି/ ଏହାକୁ ସାଧାରତଃ ଆଧୁନିକତାର ପରିପନ୍ଛି ଭାବରେ ଗ୍ରହଣ କରାଯାଇଥାଏ/ ଗୋଟିଏ ସୁସଂଜତ ବ୍ୟବସ୍ଛାକୁ ଏମାନେ ଅସ୍ବିକାର କରନ୍ତି/ ଅଯୌକ୍ତିତା,ଅସଂହତି ଓ କେଦ୍ନ୍ର୍ ବିଚ୍ବୁତି--ଏହି ତତ୍ତ୍ବର ମୌଳ ଅଭିବ୍ୟକ୍ତି/ ବିଭାଜିତ ସତ୍ତାକୁ ଏହା ପ୍ରାଧାନ୍ୟ ଦିଏ/ ଯୁକ୍ତିରହିତ ଉପସ୍ଛାପନା ଏହାର ପ୍ରମୁଖ ଗୁଣ/ ବାମାବାଦୀ ଚିଂତନ,ଉତ୍ତର-ଉପନିବେଶବାଦ,ନବ୍ୟ-ଇତିହାସବାଦ,ଓରିଏନ୍ଟାଲିଜିମ୍,ପାଠକ-କୌଦ୍ରିକ ସମାଲୋଚନା ଆଦି ତତ୍ତ୍ବ ଗୁଡିକ ଏହି ଉତ୍ତର ଆଧୁନିକତାରୁ ଜନ୍ମ/ ଓଡିଆ ସହିତ୍ୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଦେଖିବାକୁ ମିଳିଥାଏ/ କଥା ସାହିତ୍ୟରେ କହ୍ନେଇଲାଲ୍, ହ୍ଟ୍ରୁଷୀକେଶ ପଣ୍ତା, ମନୋଜ ପଣ୍ତା, ଜୌତି ନଦ୍ନ,ଭୀମ ପ୍ରୁଷ୍ଟି,ଅନୀଲ କୁମାର ପାଢୀ,ମମତାମୟୀ ଚୌଧୁରି,ଆଦିତେଶ୍ବର ମିଶ୍ର ପ୍ରମୁଖଂକ କ୍ରୁତିଗୁଡିକୁ ଉତ୍ତର ଆଧୁନିକ କୁହାଯିବ/ଏବେ ଆସନ୍ତୁ ଉତ୍ତର-ଆଧୁନିକତା ଆଡକୁ/ ଏହା ଏକ ଜଟିଳ ତତ୍ତ୍ବ/ ସାହିତ୍ୟ ଅପେଖ୍ୟା ଏହାକୁ ସଂସ୍କୁତି ଅଧ୍ଧୟନ ଖେତ୍ରରେ ଅଧିକ ପ୍ରୟୋଗ କରାଯାଇଥାଏ/ ଏବେ ମଧ୍ୟ ଏହି ତତ୍ତ୍ବକୁ ନେଇ ସନ୍ଦେହ ରହିଛି/ ଏହାକୁ ସାଧାରତଃ ଆଧୁନିକତାର ପରିପନ୍ଛି ଭାବରେ ଗ୍ରହଣ କରାଯାଇଥାଏ/ ଗୋଟିଏ ସୁସଂଜତ ବ୍ୟବସ୍ଛାକୁ ଏମାନେ ଅସ୍ବିକାର କରନ୍ତି/ ଅଯୌକ୍ତିତା,ଅସଂହତି ଓ କେଦ୍ନ୍ର୍ ବିଚ୍ବୁତି--ଏହି ତତ୍ତ୍ବର ମୌଳ ଅଭିବ୍ୟକ୍ତି/ ବିଭାଜିତ ସତ୍ତାକୁ ଏହା ପ୍ରାଧାନ୍ୟ ଦିଏ/ ଯୁକ୍ତିରହିତ ଉପସ୍ଛାପନା ଏହାର ପ୍ରମୁଖ ଗୁଣ/ ବାମାବାଦୀ ଚିଂତନ,ଉତ୍ତର-ଉପନିବେଶବାଦ,ନବ୍ୟ-ଇତିହାସବାଦ,ଓରିଏନ୍ଟାଲିଜିମ୍,ପାଠକ-କୌଦ୍ରିକ ସମାଲୋଚନା ଆଦି ତତ୍ତ୍ବ ଗୁଡିକ ଏହି ଉତ୍ତର ଆଧୁନିକତାରୁ ଜନ୍ମ/ ଓଡିଆ ସହିତ୍ୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଦେଖିବାକୁ ମିଳିଥାଏ/ କଥା ସାହିତ୍ୟରେ କହ୍ନେଇଲାଲ୍, ହ୍ଟ୍ରୁଷୀକେଶ ପଣ୍ତା, ମନୋଜ ପଣ୍ତା, ଜୌତି ନଦ୍ନ,ଭୀମ ପ୍ରୁଷ୍ଟି,ଅନୀଲ କୁମାର ପାଢୀ,ମମତାମୟୀ ଚୌଧୁରି,ଆଦିତେଶ୍ବର ମିଶ୍ର ପ୍ରମୁଖଂକ କ୍ରୁତିଗୁଡିକୁ ଉତ୍ତର ଆଧୁନିକ କୁହାଯିବ/
ଏ ପ୍ରଶ୍ନ ପଶ୍ଚାଦରେ ଥିବା ଅସଲ ପ୍ରଶ୍ନଟି ହେଉଛି ସ୍ରଷ୍ଟାର ଅହମିକା / ଆମେ ଏହାକୁ ଏକ ବ୍ରୁହତ୍ତର ଦ୍ରୁଷ୍ଟି କୋଣରୁ ଦେଖିବା / ଭାରତୀୟ କାବ୍ୟ ପରଂପରାରେ ସ୍ରଷ୍ଟାଂକୁ ଈଶ୍ବର କୁହାଯାଏ / ଜଣେ ସ୍ରଷ୍ଟା ଭିତରେ ଈଶ୍ବରଂକ ମହନିୟତା ଓ ଉଦାର ପଣ ରହିବା ଉଚିତ/ ତା ସହିତ ରହିଥାଏ ଗର୍ଭବେଦନା/ ବେଦନାରୁ ସ୍ରୁଷ୍ଟି ହୋଇଥିବା କ୍ରୁତିଟି କେତେ ପବିତ୍ର ଓ ସୁନ୍ଦର ତାହା ସେହି କ୍ରୁତିଟିହିଁ ବ୍ୟାଖ୍ୟାନ କରିଥାଏ/ସତ୍ୟ,ସୌନ୍ଦଯ୍ବ ଓ ପବିତ୍ରତା କ୍ରୁତିଟିକୁ ପରିଚୟ କରାଇଲେ ସ୍ରଷ୍ଟା ସ୍ବତଃ ଯଶ ଅର୍ଜନ କରିଥାନ୍ତି/ ଯେଉଁ ସ୍ରଷ୍ଟା ଏହାକୁ ଅବଧାରଣ କରିନପାରି କେବଳ ଯଶ ପ୍ରାର୍ଥୀ ହୁଅନ୍ତି ତାଂକ କଥା ନ କହିବା ଭଲ/ ବେଦରୁ ବିନୋଦ ନାୟକଂକ ଗ୍ରାମପଥ ପର୍ଯନ୍ତ ଅଥବା ଅର୍ପଣା ମହାନ୍ତି------ଏହି ପରଂପରା ୠଧ୍ଧିମଂତ/ ଈଶ୍ବରୀୟ ଅନୁଭବ ଥିଲେ ସ୍ରୁଷ୍ଟି ନିକଟରେ ସ୍ରଷ୍ଟା ନିମିତ୍ତ୍ ମାତ୍ର - ନଚେତ ଅହମିକାହିଂ ଅବଶିଷ୍ଟ/
ଏ ସଂପର୍କରେ ମୋର ଅବବୋଧ ଭିନ୍ନ/ ଭାରତୀୟ ସାହିତ୍ୟକୁ ଆମେ ଏବେବି କଲୋନିଆଲ ଦ୍ରୁଷ୍ଟିଭଂଗୀରେ ଦେଖୁଛେ/ ବାସ୍ତବରେ ଇଂରାଜୀ ଭାଷାରେ କବିତା ଭାରତୀୟ ହୁଏ ନାହିଁ, ଆର୍ନ୍ତଜାତୀୟ ହୋଇଯାଏ/ ତେବେ ଗୋଟିଏ ଜାତିର ହଜାର ହଜାର ବର୍ଷର ଅନୁଭବ ଯାହା ସଂସ୍କ୍ର୍ତତି ମଧ୍ଯରେ ଛପି ରହିଛି ତାହା ନିଜ ଭାଷାରେ ଜେତେ ସହଜ ଓ ବୋଧଗମ୍ୟ ହୋଇ ପ୍ରକାଶ ପାଏ---ତାହା ଅନୁବାଦରେ ସଂଭବ ନୁହେଁ/ ମୁଁ ଅନୁବାଦ ବିରୋଧି ନୁହେଁ/ ଏବେ ଆପଣଂକ ଏକ କବିତାକୁ ଉଦାହରଣ ନେବା/ ଆପଣଂକ ଏକ ଓଡିଆ କବିତା ଯେତେବେଳେ ଇଂରାଜୀ ଭାଷାରେ ଅନୁବାଦ ହୋଇ ପ୍ରକାଶିତ ହେଲା ମୁଁ ସେ କବିତା ମଧ୍ଧରେ ଆଉ ଏକ ନୂତନ କବିତା ଦେଖିବାକୁ ପାଇଲି/ ଆପଣ ଓ ଅନୁବାଦକଂକ ମିଳିତ ଭାବନା ନେଇ ସେ କବିତାଟି ଏକ ନୂତନ ଶିଖରକୁ ସ୍ପର୍ଶ କରିଥିଲା/ ଏଣୁ ଅନୁବାଦ ହ୍ବାରା ଯଦି ଓଡିଆତ୍ବ ନଷ୍ଟ ହେଲା ---ତେବେ ବରଂ ଆମେ ଇଂରାଜୀ ଭାଷାରେ କବିତା ଲେଖିବା ଉଚିତ--ଯାହା ଜୟଂତ ମହାପାତ୍ର ଓ ଅନ୍ୟ କିଛି ଓଡିଆ କବି କରୁଛନ୍ତି/ ଭାଷାକୁ ଅଦ୍ୟାପି ଆମେ ସଂସ୍ର୍କୁତି ଓ ଅସ୍ମିତାର ଅନନ୍ୟ ସଂପଦ ଭାବରେ ଗ୍ରହଣ କରିନାହୁଂ/ ଯେଉଁଦିନ ଆମେ ସଚେତନ ହେବା ସେ ଦିନ ଓଡିଆ ସାହିତ୍ୟ ନୂତନ ଶିଖରକୁ ଉପନୀତ ହେବ/ ଏ ସଂର୍ପକରେ ମୁଂ ଦୁଇଟି ଅନବଦ୍ୟ ଉପନ୍ୟାସର ଉଦାହରଣ ଦେବି/ ପ୍ରତିଭା ରାୟଂକ ଯାଂଗ୍ୟସେନୀ ଓ ଗୋପୀନାଥ ମଂହାନ୍ତିକ ପରଜା ବା ଫକୀରମୋହନଂକ ଛ ମାଣ ଆଠଗୁଂଠ/ ଏମାନେ ଭାରତୀୟ ସୀମା ଡେଇଁ ଆନ୍ତର୍ଜାତୀୟ ଜଗତରେ ଚର୍ଚିତ ହେଉଛନ୍ତି/ ଏବେ ଇଂରାଜୀରେ ଏକ ଗ୍ରଂଥ ପଢୁଥିଲି ଯେଉଁଥିରେ ଫକିରମୋହନଂକୁ ମାର୍କେଜଂକ ସହ ତୁଳନାମ୍ତକ ଆଲୋଚନା କରାଜାଇଛି/ ଭାଷା ସାର୍ବଜନିନତାର ପ୍ରତିବଂଧକ ନୁହେଁ/ ତେବେ ଅନୁବାଦ ସାହିତ୍ୟକୁ ବିଶ୍ବ ସମାଜ ଆଗରେ ଅଧିକ ପ୍ରସାରିତ କରିବ ଏଥିରେ ଦ୍ବିମତ ନାହିଁ/ ଏ ସଂପର୍କରେ ଅଧିକ ସଚେତନତା ପ୍ରକାଶ ପାଇଲାଣି/ ଯେଉଁମାନଂକ ପାରର୍ଦଶିତା ଅଛି ସେମାନଂକୁ ଅଧିକ ସକ୍ରିୟ ହେବାର ସମୟ ଆସିଯାଇଛି
Saturday, January 14, 2017
ବିଭାବରୀ! ତୁମେ ଗଭୀର ଆକାଶଟିଏ
ମୋ ସବୁଜ ପ୍ରୁଥିବୀର /
ଅମାବାସ୍ୟାରେ ବି ଜହ୍ନସହ ଲୁଚକାଳି
ଅଦିନରେ ସୁଲୁ ସୁଲୁ ଚୈଇତାଳି
ଫୁଲରେ ଫଳରେ ବର୍ଷା ବନାନୀରେ
ସବୁଠାରେ ତୁମ ପ୍ରତିଛବି /
ପୋଖରୀର ନୀଳକଈଁ
ଆମ୍ବତୋଟା,କୁହୁତାନ
ରଜଦୋଳି ଗୀତ
ମଂଦିର ଆଳତୀ ଓ ହୁଳହୁଳି ଧ୍ବନି
ସବୁଠାରେ ତୁମ ପ୍ରତିଧ୍ବନି /
ତୁମେ ଏପରି ଆକାଶ
ବ୍ୟାପିଥାଅ ଜନ୍ମଜନ୍ମାନ୍ତର
ପ୍ରେମରେ ଭରିଥାଅ ମୋର ଅଭ୍ୟନ୍ତର /
Subscribe to:
Posts (Atom)














