Powered By Blogger

Sunday, August 27, 2017

ସାହିତ୍ୟ ଆକାଦେମୀ, ନୂଆଦିଲ୍ଲୀ ଆନୁକୂଲ୍ୟରେ ନାରୀଚେତନା କାର୍ଯ୍ୟକ୍ରମ ମୋତେ ସଂଶୟ ଆଡକୁ ନେଇୟାଇଛି.ରାଜ୍ୟର ଗୌରବ ବୃଦ୍ଧି କରୁଥିବା ପାଞ୍ଚଜଣ ମହିୟସୀ ମହିଳାଙ୍କୁ ନିଜ ବକ୍ତବ୍ୟ ଉପସ୍ଥାପନ ନିମିତ୍ତ ଆମନ୍ତ୍ରଣ କରାଯାଇଥିଲା.ଏହାର ସାରାଂଶ କହିବାକୁ ୟାଇ ବନୋଜ ଯଥାର୍ଥରେ କହିଥିଲେ ପାଂଚୋଟି ଉପନ୍ୟାସ ଏମାନେ.କୁଳୀନ ରକ୍ଷଣଶୀଳ ପୁରୁଷ ପ୍ରଧାନ ସମାଜର ପ୍ରତିବନ୍ଧକକୁ ଅତିକ୍ରମ କରି ଏମାନେ ଯେଉଁ ସଫଳତା ଗୋଟାଇଛନ୍ତି ସେଥିରେ ପୁରୁଷ ଓ ନାରୀର ଭୂମିକା କଥା କହିଥିଲେ ସେମାନେ.ଏହି ବକ୍ତବ୍ୟ ଗୁଡିକରେ ବ୍ୟବସ୍ଥା ସମ୍ପର୍କରେ କୁହାଯାଇଥିଲା,କେଉଁଠି ବି ପୁରୁଷ ବିଦ୍ବେଷ ନଥିଲା,ଲିଙ୍ଗ ପକ୍ଷପାତିତା  ଥିଲା.ପୁରୁଷର ସହଯୋଗରେ ଏହି ପକ୍ଷପାତିତାକୁ ସେମାନେ ଅତିକ୍ରମ କରି ଆଜି ସଫଳତା ପାଇଛନ୍ତି-ଏହା ଥିଲା ସମସ୍ତଙ୍କ ଅନୁଭବ.ଏହି ପାଞ୍ଚଜଣ ମହିୟସୀ ମହିଳାଙ୍କ ଅନୁଭବ ଓ ଅଭିଜ୍ଞାତା ଉପନ୍ୟାସ ଅପେକ୍ଷା ଅଧିକ ମାର୍ମିକ ଓ ବେଦନାବୋଧକ.ବିଶେଷତଃ ନିବେଦିତା ଆଚାର୍ଯ୍ୟଙ୍କ ଅଭିଜ୍ଞତା ୟେ କୌଣସି ବେଷ୍ଟ ସେଲର ଥ୍ରୀଲର ଠାରୁ କୌଣସି ଗୁଣରେ କମ ନୁହେଁ.ତେବେ ଓଡ଼ିଆ ଉପନ୍ୟାସରେ ମିଛ ବାସ୍ତବତା କୁ ଆଧାର କରି ନାରୀ ବିମର୍ଷ ସ୍ଥାନ ପାଇଛି ନା ତାହା ଆଉ ଏକ ବାସ୍ତବତା?ଏହି ସଂଶୟ ମୋତେ ଏବେ ଆକ୍ରାନ୍ତ କରିଛି.  

No comments:

Post a Comment