ତୁମ ଆଖି
ଆୟତ ନୟନେ ଅୟୁତ ସପନ
ଅଣାୟତ୍ତ କରେ ମୋତେ
ଦିବସ ରଜନୀ ନମାନି ସଜନୀ
ଶର ମାରେ ଅବିରତେ
କେମନ୍ତ ସେ ଆଖି, ଘୁମନ୍ତ ରଜନୀ
ଆଡେଇ ଦେଇ ସେ ଆସେ
ବାତାୟନ ଭେଦି ବାତ୍ୟା ପରି ସଖି
ସଂଭ୍ରମ ଉଡ଼ାଇନିଏ
ଯେତେ ଟାଳ ଟୁଳ ନ ମାନେ ତ ସଖି
ମନରେ ସପନ ବୁଣେ
ରାତି ଅଧଟାରେ ପାଗଳ ଭଅଁର
ପରି ଚାରିପାଖେ ବୁଲେ
କେମନ୍ତ ବର୍ଣ୍ଣିବି ସେ ଆଖିର ଭାଷା
ଭାଷା ମୋର ଅଂଟେ ନାହିଁ
ପାଗଳ ଭଅଁର ଯେସନେ କାଟଇ
ପଦୁଅଁ ଭିତରେ ରାତି
ସଖି ମୋର ପ୍ରୀତି ତୁମ ସହ ରତି
ଜୀବନର ଶ୍ରେଷ୍ଠ ପ୍ରାପ୍ତି
ଅମରାବତୀର ଅମୃତ ସମ
ଅନିର୍ବଚନୀୟ ପ୍ରାପ୍ତି ସେତ
ଆୟତ ନୟନେ ଅୟୁତ ବର୍ଷର
ଗାଉଅଛି ପ୍ରୀତି ଗୀତ
ସେ ଗୀତ ଶୁଣି ଜୀବନ ନଉକା
ତୁମ ତୀରେ ଭାସୁଥାଏ
ତୁମେ ମୋ ଅତୀତ
ବର୍ତମାନ ପୁଣି
ଭବିଷ୍ୟର ସାଥେ ସାଥେ
ତୁମ ବିନା ଜୀବ-ରଥ ନ ଚାଲଇ
ତୁମେ ସାରଥି, ଜୀବନ ରଥେ .
ଚମତ୍କାର ଶବ୍ଦ ଚୟନ sir ।
ReplyDeleteଐଶ୍ୱରୀୟ ପ୍ରେମ ର ଚମତ୍କାର ବର୍ଣନା କରିଛନ୍ତି
ପ୍ରଣାମ sir
ବହୁତ ଧନ୍ୟବାଦ ପାୟଲ
Deleteପ୍ରକୃତରେ ନାରୀବାଦୀ ଚିନ୍ତନର ଚତୁର୍ଥ ଲହର କଥା କୁହାଯାଇଛି
ପ୍ରେମ ଯେ ଶାଶ୍ୱତ ପ୍ରେମ ଯେ ସୁନ୍ଦର
ReplyDeleteସେହି ସତ୍ୟ ପୁଣି ସିଏ ମହେଶ୍ୱର।।
ଅତି ଚମତ୍କାର ବର୍ଣ୍ଣନା ଆଜ୍ଞା ପ୍ରଣାମ।
-ଶଂଖସିନ୍ଧୁ ପୁରୋହିତ
ବହୁତ ବହୁତ ଧନ୍ୟବାଦ
Deleteପ୍ରେମର ଅମୃତମୟ ଭାବ । ଯାହା ଯୁଗେ ଯୁଗେ ହୃଦୟର ପ୍ରଗାଢ଼ ଆବେଗକୁ ପ୍ରତୀକିତ ରୂପ ପ୍ରଦାନ କରିଛି । ସେ ଭାବ ଚିରନ୍ତନ ନଶ୍ୱର ଶରୀରକୁ ଭେଦକରି ମାନବ ଜାତିର ଜୟଗାନ କରିଛି ସବୁ ସମୟରେ । ସେ ପୀରତି ଚିରନ୍ତନ ଯାହାର କ୍ଷୀଣ ଆଲୋକ କଣିକାଟେ ବି ହୃଦୟର ରୂପକୁ ଉଦ୍ଭାସିତ କରି ସାକାର ପ୍ରଦାନ କରିଛି । ଆପଣଙ୍କ ଅନନ୍ୟ ସର୍ଜନା ଯାହା ସୀମିତ କାଳଖଣ୍ଡ ବହିର୍ଭୂତ ବୃହତ୍ତମ ପ୍ରେମାଭ ପରିଧିରେ ଛନ୍ଦାୟିତ ଓ ମନ୍ତ୍ରିତ । ପାଠକରି ଧନ୍ୟହେଲି ।
ReplyDeleteତୁମ ଅବବୋଧର ଗଭୀରତା ତୁମକୁ ପ୍ରେମ ତଲ୍ଲୀନ କରିଦେବ - ଅନୁଭବର ପରିଧି ଡେଇଁ ମହାନୁଭବରେ ନିମଗ୍ନ ହେବ - ଅଭିନନ୍ଦନ
ReplyDeleteଧନ୍ୟ ସେ ପ୍ରୀତିକି ମରଣ ଭିତ୍ତିକି ପୀତି ଯା ପାରି ଜିଣି।
ReplyDelete