1
କାଉ ରେ କାଉ
କୋଉଠି ଲୁଚିଛୁ ଜଲଦି ଆଉ
ସିଦ୍ଧିକା ଆମର ମାମୁ ଘର ଯାଉ
କାଉ ରେ କାଉ ତୁ ଜଲଦି ଆଉ .କାଉ ରେ କାଉ
ମାମୁ ଘରେ ଅଛନ୍ତି ଅଜା
ନିଶ ତାଙ୍କର ବଙ୍କା ବଙ୍କା
ତାକୁ ସଳଖ କରିବ, ସଳଖ କରିବ
ଆମ ସିଦ୍ଧିକା . କାଉ ରେ କାଉ ....
2
କାଉରେ କାଉ
କୋଉଠୁ ଲୁଚିଛୁ ଜଲଦି ଆଉ
ସିଦ୍ଧିକା ଆମର ମାମୁ ଘର ଯାଉ
କାଉରେ କାଉ ତୁ ଜଲଦି ଆଉ, କାଉ ରେ କାଉ
ମାମୁ ଘରେ ଅଛନ୍ତି ଆଈ
ରଖିଛନ୍ତି କେତେ ଗାଈ
ସିଦ୍ଧିକା ଆମର ସୁନା ଝିଅ
କ୍ଷୀର ପିଏ ଘାଇ ଘାଇ . କାଉ ରେ କାଉ ...
3
କାଉ ରେ କାଉ
କୋଉଠି ଲୁଚିଛୁ ଜଲଦି ଆଉ
ସିଦ୍ଧିକା ଆମର ମାମୁ ଘର ଯାଉ
କାଉରେ କାଉ ତୁ ଜଲଦି ଆଉ, କାଉ ରେ କାଉ
ମାମୁ ଘରେ ଅଛନ୍ତି ମାଇଁ
ରଖିଛନ୍ତି ସେ ଜ୍ୱାଇଁ
ସିଦ୍ଧିକା ଆମର ଉଡ଼ିଯାଏ ସାଇଁ ସାଇଁ . କାଉରେ କାଉ ...

No comments:
Post a Comment