Powered By Blogger

Tuesday, October 31, 2017

ଏକଦା ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ  ସମ୍ପର୍କରେ ଶ୍ରେଣୀ ଗୃହରେ ପଢ଼ାଇବା ନିମିତ୍ତ ପାଠ ସଂଗ୍ରହ ବେଳେ ଯଥେଷ୍ଟ ତଥ୍ୟ ମୋର ହସ୍ତଗତ ହୋଇପାରିନଥିଲା. ଏପରିକି ଡ଼କ୍ଟର ପାଣିଗ୍ରାହୀଙ୍କୁ ପଚାରିବାରେ ସେ ତାଙ୍କ ୱେବସାଇଟକୁ ଯିବା ପାଇଁ କହିଥିଲେ.ତାହା ମଧ୍ୟ ମୋତେ ସନ୍ତୁଷ୍ଟି ଦେଇନଥିଲା.ଏବେ ଟିକିଲି ବାବୁ ସମ୍ପାଦିତ 'ପ୍ରଜନମ' ପତ୍ରିକାଟି ମୋର ହସ୍ତଗତ ହୋଇଛି,ସେଥିରେ ମହା ନାଟକର ମହାନାୟକ ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ପ୍ରଚ୍ଛଦ ନାୟକ କରାଯାଇ ତାଙ୍କ ସମ୍ପର୍କରେ ବିସ୍ତୁତ ତଥ୍ୟ ଉପସ୍ଥାପିତ କରାଯାଇଛି.ଏହା ତାଙ୍କ ପ୍ରିୟ ପାଠକ,ପ୍ରଶଂସକ,ଗବେଷକ ଛାତ୍ର ଓ ଅଧ୍ୟାପକ ମାନକ ନିମିତ୍ତ ଏକାନ୍ତ ଉପାଦେୟ.ସମ୍ପାଦକ ଶ୍ରଧେୟ ଟିକିଲି ବାବୁଙ୍କୁ ଅନୁରୋଧ କରିବି ଏ ଚେଷ୍ଟା ଅବ୍ୟାହତ ରହୁ.ଆମ ସମୟର ସକ୍ରିୟ ପ୍ରଥିତ ୟଶା ଲେଖକଙ୍କ ଅନାଲୋଚିତ ଦିଗ ଓ ତଥ୍ୟକୁ ପାଠକ ନିକଟରେ ପହଂଚାଇବାରେ କୁଣ୍ଠା ନକରନ୍ତୁ.ତାଙ୍କ ଟିମକୁ ଅଭିନନ୍ଦନ ଓ ଅନେକ ଶୁଭ କାମନା.ଓଡ଼ିଆ ସାହିତ୍ୟର ଖ୍ୟାତିନାମା ଲେଖଙ୍କ ଗଳ୍ପ,କବିତା ଓ ମାତାମତରେ ପତ୍ରିକାଟି ହୋଇଛି ଆକର୍ଷଣୀୟ.

No comments:

Post a Comment