ଅପୂର୍ବ ସଂପର୍କ
 |
| jochhanare mukulita kain |
ତୁମସହ ଅପୂର୍ବ ସଂପର୍କତୁମେ କେତେବେଳେ
ଚୈଇତାଳି ଫୁଲର ମହକ
ଆଉ କେତେବେଳେ
ତାରାଭତ୍ତିର୍ ଚେନାଏ ଆକାଶ
ତୁମ ଧାରେ ହସ
ପୋଛିନିଏ ସବୁ ଦୁଃଖ ଶୋକ
ତୁମେ ବାଂଟ ପ୍ରଭୁଂକ ଆଶୀଷ
ନୀଳ ସରସ୍ବତୀ ହୋଇ ପୁଣି
ଦେଇଥାଅ ଗ୍ୟାନର ଆଲୋକ
ତୁମେ ପୁଣି ସକାଳର
ପବିତ୍ର ଓଁକାର
ବିଭାବରୀ ବୁକେ ଜହ୍ନର ଉଛ୍ବାସ
ଅମ୍ରୁତ ବିତରୁ ଥାଏ ତୁମ ଚିରହାସ /
No comments:
Post a Comment