Powered By Blogger

Monday, December 12, 2016

     କଦମ୍ବର ଡାକ

ହଳଦିଆ ଧାନଖେତର ଆଇନାରେ ମୁଂହ ଦେଖେ ଗେରୁଆ ଆକାଶ
ଗୋଧୁଳି  ଲଗ୍ନ୍ରରେ ଖୋଜେ ସଂଜତାରା ଜହ୍ନର ମିଳନ
ଦିଗ୍ ବଳୟ ଆଡୁ ଧୀରେ ଧୀରେ ବିଭାବରୀ ମୁଂହକାଢେ
ଜହ୍ନ ସାଥେ ମିତ ବସି ବିଂଚିଯାଏ ପ୍ରେମର ସଂଦେଶ
ଗାଁମୁଣ୍ତ ପଖୋରୀରେ ନୀଳକଈଁ ରଚେ ରାସ ଜୋଛନାର ସାଥେ
ବହୂଚୋରୀ ଖେଳଛାଡି ଆନମନା ସୁନାନାକୀ ଝିଅ
ଲୁଚି ଲୁଚି ଦେଖୁଥାଏ ଜୋଛନାର  ରାସ
ବିଳମ୍ବ ସଂଜରେ ଟାଣିନିଏ ବଈଁଶୀର ସ୍ବର
ରାଧାଭାବ କାଳେସୀରେ ଝୁଲୁଥାଏ ବେପଥୁ ଶରୀର
ନୀଳକଈଁ ଜୋଛନା ବଈଁଶୀର ସ୍ବର
ବାଟବଣା କରିଦିଏ କଦମ୍ବର ଡାକ
ଏବେ ଦିନବେଳେ ସ୍ବପ୍ନ ଦେଖେ ହାଇମାରେ
ଖୋଜୁଥାଏ ଜୋଛନାର ରାସ /


No comments:

Post a Comment